ହାଇଦ୍ରାବାଦ:ବିସିସିଆଇ ( Board of Control for Cricket in India ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ । ଆଜି ବିସିସିଆଇର ପ୍ରସ୍ତାବରେ ମୋହର ମାରିଛନ୍ତି ସର୍ବୋଚ୍ଚ କୋର୍ଟ । ବୋର୍ଡ ସଦସ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ବିସିସିଆଇ ତା’ର ସମ୍ବିଧାନରେ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ତେବେ ଆଜି ଏହି ଆବେଦନ ଉପରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପରେ ଗାଙ୍ଗୁଲି ଏବଂ ଶାହଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାସ୍ତା ସଫା ହୋଇଛି ।
ସୁପ୍ରିମକୋର୍ଟ ବିସିସିଆଇ ଅଫିସ୍ ବିଅରରଙ୍କ କାର୍ଯ୍ୟକାଳକୁ 12 ବର୍ଷକୁ ବୃଦ୍ଧି କରିଛନ୍ତି । ଏଥିରେ ଜଣେ 6 ବର୍ଷ ପାଇଁ କୌଣସି ଏକ ରାଜ୍ୟର କ୍ରିକେଟ ଆସୋସିଏସନ ସହିତ ଜଡିତ ରହିବା ସହିତ 6 ବର୍ଷ ପାଇଁ ମଧ୍ୟ ବିସିସିଆଇରେ କାର୍ଯ୍ୟ କରିପାରିବେ । ତେବେ ଖୁବଶୀଘ୍ର ଉଭୟ ଗାଙ୍ଗୁଲି ଏବଂ ଶାହଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଆଜିର ଏହି ରାୟ ପରେ ଉଭୟ ଆଗାମୀ 3 ବର୍ଷ ପାଇଁ ପଦବୀରେ ରହିବା ଏକ ପ୍ରକାର ସୁନିଶ୍ଚିତ ହୋଇଛି । ପ୍ରକାଶ ଯେ, ପୂର୍ବରୁ ଦୁହିଁଙ୍କ କାର୍ଯ୍ୟକାଳକୁ 3 ବର୍ଷ ପୁରିଛି ।
- ବିସିସିଆଇରେ ଜାରି ରହିବ 'ଶାହ-ଦାଦାଗିରି'
- ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଜୟ ଶାହ ଏବଂ ସୌରଭ ଗାଙ୍ଗୁଲି ବିସିସିଆଇରେ ରହିପାରିବେ
- ବିସିସିଆଇରେ ସାମ୍ବିଧାନିକ ସଂଶୋଧନକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି
- ବର୍ତ୍ତମାନ ଉଭୟ 6 ବର୍ଷ ପର୍ଯ୍ୟନ୍ତ ବିସିସିଆଇରେ କାର୍ଯ୍ୟ କରିପାରିବେ
- ରାଜ୍ୟ ସଂସ୍ଥା ଏବଂ ବୋର୍ଡର କାର୍ଯ୍ୟକାଳ ଏକାଠି ବିଚାର କରାଯିବ ନାହିଁ