ମୁମ୍ବାଇ: ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇ ନାହାଁନ୍ତି ସୌରଭ ଗାଙ୍ଗୁଲି । ଗାଙ୍ଗୁଲିଙ୍କ ଇସ୍ତଫା ଖବରକୁ ଗୁଜବ ବୋଲି କହିଛନ୍ତି ବିସିସିଆଇ ସଚିବ ଜୟ ଶାହ । ସୌରଭ ଗାଙ୍ଗୁଲିଙ୍କ ଏକ ଟ୍ବିଟ୍ ପରେ ଏଭଳି ଚର୍ଚ୍ଚା ଜୋର ଧରିଥିଲା । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା ।
ସୌରଭ ଗାଙ୍ଗୁଲି ଟ୍ବିଟ୍ କରି କହିଛନ୍ତି ଯେ, "୧୯୯୨ ମସିହାରୁ ଆରମ୍ଭ ହୋଇଥିବା କ୍ରିକେଟ ଯାତ୍ରାକୁ ଆଜି ୩୦ ବର୍ଷ ପୂର୍ତ୍ତି ହୋଇଛି । ସେହିଦିନଠାରୁ କ୍ରିକେଟ ମୋତେ ଅନେକ କିଛି ଦେଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆପଣମାନଙ୍କ ଭଲ ପାଇବା ପାଇଛି । ଏହି ଯାତ୍ରାରେ ମୋତେ ସମର୍ଥନ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି । ଆଜି ମୁଁ କିଛି ନୂଆ କରିବାକୁ ଯୋଜନା କରୁଛି ଯାହାଦ୍ବାରା ଅନେକ ଲୋକଙ୍କୁ କିଛି ସାହାଯ୍ୟ ମିଳି ପାରିବ । ଆଶା କରୁଛି ଜୀବନର ଏହି ଅଧ୍ୟାୟରେ ବି ଆପଣମାନଙ୍କ ସମର୍ଥନ ମିଳିବ ।"