ଓଡିଶା

odisha

ETV Bharat / sports

ବିସିସିଆଇର ନୂଆ ବସ୍‌ଙ୍କୁ ନେଇ ଏମିତି କହିଲେ ଗାଙ୍ଗୁଲି - sourav ganguly on bcci new president

ବିସିସିଆଇର ନୂଆ ସଭାପତିଙ୍କୁ ନେଇ ଗାଙ୍ଗୁଲି ତାଙ୍କର ପ୍ରଥମ ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ରଖିଛନ୍ତି । ସେ କହିଛନ୍ତି, ବିସିସିଆଇର ନବ ନିଯୁକ୍ତ ପଦାଧିକାରୀମାନେ ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡର ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ସଂକଳ୍ପବଦ୍ଧ । ଅଧିକ ପଢନ୍ତୁ

ସଭାପତି ପଦରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଲେ ଗାଙ୍ଗୁଲି
ସଭାପତି ପଦରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଲେ ଗାଙ୍ଗୁଲି

By

Published : Oct 18, 2022, 4:41 PM IST

Updated : Oct 18, 2022, 6:17 PM IST

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ରୋଜର ବିନ୍ନି ବିସିସିଆଇର ନୂଆ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି । ଆଜି ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବୈଠକରେ ସଭାପତିତ୍ୱ କରିଥିଲେ ବିସିସିଆଇର ବିଦାୟୀ ସଭାପତି ସୌରଭ ଗାଙ୍ଗୁଲି । ଏହି ଅବସରରେ ଗାଙ୍ଗୁଲି ତାଙ୍କର ପ୍ରଥମ ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ରଖିଛନ୍ତି । ସେ କହିଛନ୍ତି, "ବିସିସିଆଇର ନବ ନିଯୁକ୍ତ ପଦାଧିକାରୀମାନେ ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡର ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ସଂକଳ୍ପବଦ୍ଧ । ଏହି ବିତ୍ତଶାଳୀ କ୍ରିକେଟ ବୋର୍ଡ ଏବେ ମହାନ ବ୍ୟକ୍ତିଙ୍କ ହାତରେ ରହିଛି ।"

ଗାଙ୍ଗୁଲି ୨୦୧୯ ମସିହାରୁ ବିସିସିଆଇ ସଭାପତି ଦାୟିତ୍ବ ତୁଲାଇ ଆସୁଥିଲେ । ଆଜି ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କର ସ୍ଥାନରେ ୧୯୮୩ ମସିହାର ବିଶ୍ବକପ ବିଜେତା ତଥା ପୂର୍ବତନ କ୍ରିକେଟର ରୋଜର ବିନ୍ନିଙ୍କୁ ଆଜି (ମଙ୍ଗଳବାର ) ସଭାପତି ପଦରେ ନିଯୁକ୍ତ କରାଯାଇଛି । ରୋଜର ବିନ୍ନିଙ୍କୁ ଗାଙ୍ଗୁଲି ସ୍ବାଗତ ଜଣାଇବା ସହିତ ଏବାବଦରେ ସେ ତାଙ୍କର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ମୁଁ ରୋଜର ବିନ୍ନିଙ୍କୁ ଶୁଭେଚ୍ଛା ଜଣାଉଛି । ନୂଆ ଦଳ ଏଥିରେ ଆଗକୁ ବଢିବ । ବର୍ତ୍ତମାନ ବିସିସିଆଇ ମହାନ ବ୍ୟାକ୍ତିଙ୍କ ହାତରେ ରହିଛି । ଭାରତୀୟ କ୍ରିକେଟ ବୋର୍ଡ ମଜବୁତ ରହିଛି ତେଣୁ ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି ।"

ମୁମ୍ବାଇର ତାଜ ହୋଟେଲରେ ଆଜି ବିସିସିଆଇ ବାର୍ଷିକ ସାଧାରଣ ବୈଠକ ବସିଥିଲା । ଏଥିରେ ବସିସିଆଇ ସଚିବ ଜୟ ଶାହ, ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ ଓ ପୂର୍ବତନ ଭାରତୀୟ କ୍ରିକେଟର୍ ରୋଜର ବିନ୍ନି ସାମିଲ ହୋଇଥିଲେ । 67 ବର୍ଷୀୟ ବିନ୍ନି ଭାରତର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଛନ୍ତି । ବିନ୍ନି ବିସିସିଆଇ ଅଧ୍ୟକ୍ଷ ପାଇଁ ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପ୍ରତିଦ୍ବନ୍ଦ୍ବୀ ଥିଲେ ।

ଏହା ପୂର୍ବରୁ ବିନ୍ନି କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନର ସଭାପତି ଥିଲେ । ବର୍ତ୍ତମାନ ସେ ବିସିସିଆଇ ସଭାପତି ହେବା ପରେ ରାଜ୍ୟ କ୍ରିକେଟ୍ ଆସୋସିଏସନର ସଭାପତି ପଦରୁ ଇସ୍ତଫା ଦେବେ । 36 ତମ ବିସିସିଆଇ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ରୋଜର ବନ୍ନି । 1983 ବିଶ୍ବକପ୍‌ର ସର୍ବାଧିକ ୱିକେଟ୍ ନେଇଥିବା ରେକର୍ଡ ବିନ୍ନିଙ୍କ ନାଁରେ ରହିଛି । ବିନ୍ନି ସେତେବେଳର ଧୂଆଁଧାର ପେସ୍ ବୋଲର ସହ ଅଲରାଉଣ୍ଡର ଭାବେ ପରିଚିତ ଥିଲେ ।

Last Updated : Oct 18, 2022, 6:17 PM IST

ABOUT THE AUTHOR

...view details