ହାଇଦ୍ରାବାଦ:ପୁଣି ଚର୍ଚ୍ଚାରେ ପ୍ରିନ୍ସ ଅଫ୍ କୋଲକାତା ସୌରଭ ଗାଙ୍ଗୁଲି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇସିସିର ଚେୟାରମ୍ୟାନ ହେବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା । ଏବେ ଚର୍ଚ୍ଚା ଆରମ୍ଭ ହୋଇଛି କି ଗାଙ୍ଗୁଲି ପୁଣି ଥରେ ସିଏବି ତଥା ବେଙ୍ଗଲ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବେ । ବିଧିବଦ୍ଧ ଭାବରେ ଘୋଷଣା ହୋଇନଥିଲେ ମଧ୍ୟ ୧୯୮୩ ମସିହାର ବିଶ୍ବକପ ବିଜେତା ତଥା ଭେଟେରାନ କ୍ରିକେଟର ରୋଜର ବିନ୍ନି ହେବେ ବିସିସିଆଇ ସଭାପତି । ତେଣୁ ଅକ୍ଟୋବର ୧୮ରେ ହେବାକୁ ଥିବା ବିସିସିଆଇର ସାଧାରଣ ବାର୍ଷିକ ବୈଠକରେ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ । ଏହାପରେ ସେ ବେଙ୍ଗଲ ଆସୋସିଏସନ ପାଇଁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି ।
ପୁଣି ଥରେ CABର ଅଧ୍ୟକ୍ଷ ହୋଇପାରନ୍ତି ଗାଙ୍ଗୁଲି - ସୌରଭ ଗାଙ୍ଗୁଲି
ଗାଙ୍ଗୁଲି ପୁଣି ଥରେ ସିଏବି ତଥା ବେଙ୍ଗଲ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ
ପୁଣି ଥରେ CABର ଅଧ୍ୟକ୍ଷ ହୋଇପାରନ୍ତି ଗାଙ୍ଗୁଲି
ବେଙ୍ଗଲ କ୍ରିକେଟ ଆସୋସିଏସନ ପାଇଁ ୩୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହାର ପଦବୀ ପାଇଁ ଅକ୍ଟୋବର ୨୨ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ତେବେ ଏହି ବାବଦରେ ସିଏବିର ଏକ ସୂତ୍ର ନିଜ ନାମ ଗୋପନ ରଖିବାକୁ କହି ଇଟିଭି ଭାରତକୁ ଜଣାଇଛନ୍ତି କି " ଯଦି ଅଧ୍ୟକ୍ଷ ପଦ ପାଇଁ ଦୁଇଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବେ ତାହେଲେ ସେ ଦାଦା ଲଢିବେ ନାହିଁ । କେହି ନାମାଙ୍କର ଭରି ନ ଥିଲେ ସୌରଭ ଗାଙ୍ଗୁଲି ସିଏବି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବେ ।"