ଦୁବାଇ: ଆଇସିସି ପ୍ଲେୟାର ଅଫ ଦି ମନ୍ଥ ପାଇଁ ମନୋନୀତ ହେଲେ ଭାରତୀୟ ମହିଳା ଦଳର ଯୁବ ଖେଳାଳି ସେଫାଳି ବର୍ମା ଓ ଅଲରାଉଣ୍ଡର ସ୍ନେହା ରାଣା । ବୁଧବାର ଜୁନ ମାସ ପାଇଁ ଆଇସିସି ମହିଳା ପ୍ଲେୟାର ଅଫ ଦି ମନ୍ଥ ପାଇଁ ଦୁହିଁଙ୍କୁ ମନୋନୀତ କରାଯାଇଛି ।
ଇଂଲଣ୍ଡ ବିପକ୍ଷରେ ଭାରତୀୟ ମହିଳା ଦଳ ଖେଳିଥିବା ଟେଷ୍ଟ ମ୍ୟାଚ ପ୍ରଦର୍ଶନ ପାଇଁ ଦୁହିଁଙ୍କ ମନୋନୀତ କରାଯାଇଛି । ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନ ଡେଭନ କନୱେ ଓ ଫାଷ୍ଟ ବୋଲର କାଏଲ ଜେମିସନଙ୍କ ସହ ଦୁଇ ଭାରତୀୟ ମହିଳା କ୍ରିକେଟରଙ୍କୁ ପ୍ଲେୟାର ଅଫ ଦି ମନ୍ଥ ପାଇଁ ମନୋନୀତ ହୋଇଛନ୍ତି। ଏହାସହ ଇଂଲଣ୍ଡର ବାମହାତୀ ସ୍ପିନର ସୋଫି ଏକ୍ଲେଷ୍ଟନଙ୍କୁ ମଧ୍ୟ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି ।