ଓଡିଶା

odisha

ETV Bharat / sports

ଟି୨୦ରେ ୧୦୦ ମ୍ୟାଚ୍‌ ଖେଳିବାରେ ମାନ୍ଧନା ଦ୍ବିତୀୟ ଭାରତୀୟ - ଟି୨୦ ରେ ୧୦୦ ଟି ମ୍ୟାଚ ଖେଳିଲେ ସ୍ମୃତି ମାନ୍ଧନା

ଟି୨୦ ଫର୍ମାଟରେ ୧୦୦ ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ସ୍ମୃତି ମାନ୍ଧନା ଦ୍ବିତୀୟ ଭାରତୀୟ ମହିଳା କ୍ରିକେଟର ହୋଇପାରିଛନ୍ତି । ଅଧିକ ପଢନ୍ତୁ

ଟି୨୦ରେ ୧୦୦ ଟି ମ୍ୟାଚ ଖେଳିବାରେ ଦ୍ବିତୀୟ ଭାରତୀୟ ହେଲେ ସ୍ମୃତି ମାନ୍ଧନା
ଟି୨୦ରେ ୧୦୦ ଟି ମ୍ୟାଚ ଖେଳିବାରେ ଦ୍ବିତୀୟ ଭାରତୀୟ ହେଲେ ସ୍ମୃତି ମାନ୍ଧନା

By

Published : Oct 10, 2022, 6:55 PM IST

ହାଇଦ୍ରାବାଦ:ଭାରତୀୟ ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନାଙ୍କ ( smriti mandhna ) ଆଉ ଏକ ସଫଳତା । ଟି୨୦ ଫର୍ମାଟରେ ୧୦୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ସେ ଦ୍ବିତୀୟ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି ( Smriti Mandhna Playing 100th T20 Match becomes Second Indian Player ) । ଏସିଆ କପରେ ଥାଇଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚ ପରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ଟି୨୦ ଫର୍ମାଟରେ ୧୦୦ଟି ମ୍ୟାଚ୍‌ ଖେଳିବା ପରେ ଏହା ଏକ ବିଶେଷ ଅନୁଭୂତି ବୋଲି କହିଛନ୍ତି ସ୍ମୃତି ମାନ୍ଧନା ।

ଟି୨୦ ଫର୍ମାଟରେ ୧୦୦ରୁ ଉର୍ଦ୍ଧ୍ବ ମ୍ୟାଚ୍‌ ଖେଳିବାରେ ଅଧିନାୟିକା ହରମନପ୍ରୀତ କୌର ହେଉଛନ୍ତି ପ୍ରଥମ ଭାରତୀୟ ମହିଳା କ୍ରିକେଟର । ଏପର୍ଯ୍ୟନ୍ତ ସେ ୧୩୫ଟି ଟି୨୦ ମ୍ୟାଚ୍‌ ଖେଳି ୨,୬୪୭ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ରହିଥିବାବେଳେ ୮ଟି ଅର୍ଦ୍ଧଶତକ ରହିଛି । ଏହା ସହିତ ସେ ୩୨ଟି ୱିକେଟ ହାସଲ କରିଛନ୍ତି । ସେପଟେ ଟି୨୦ ଫର୍ମାଟରେ ୧୦୦ଟି ମ୍ୟାଚ୍‌ ଖେଳିବାରେ ଭାରତର ଦ୍ବିତୀୟ ମହିଳା କ୍ରିକେଟର ହୋଇଛନ୍ତି ସ୍ମୃତି ମାନ୍ଧନା । ସେ ଏପର୍ଯ୍ୟନ୍ତ ୧୦୦ଟି ମ୍ୟାଚ୍‌ ଖେଳି ୨,୩୭୩ ରନ ସଂଗ୍ରହ କରିଛନ୍ତି । ଏଥିରେ ୧୭ଟି ଅର୍ଦ୍ଧଶତକ ରହିଥିବାବେଳେ ୮୬ ରନ୍‌ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ରହିଛି ।

ସେହିପରି ଟି୨୦ ଫର୍ମାଟରେ ଏପର୍ଯ୍ୟନ୍ତ ନ୍ୟୁଜଲାଣ୍ଡର ସୁଜି ବିଟ୍ସ ୧୩୬ଟି ମ୍ୟାଚ୍‌ ଖେଳିବାରେ ବିଶ୍ବରେ ପ୍ରଥମ ମହିଳା କ୍ରିକେଟର ହୋଇପାରିଛନ୍ତି । ସେହିପରି ଟିମ ଇଣ୍ଡିଆ କ୍ୟାପଟେନ ହରମନପ୍ରୀତ କୌର ଏପର୍ଯ୍ୟନ୍ତ ୧୩୫ଟି ଟି୨୦ ମ୍ୟାଚ୍‌ ଖେଳିବାରେ ବିଶ୍ବରେ ଦ୍ବିତୀୟ ମହିଳା କ୍ରିକେଟର ହୋଇପାରିଛନ୍ତି । ସେହିପରି ଇଂଲଣ୍ଡର ଡାନିଏଲ ୱାଏଟ ମଧ୍ୟ ୧୩୫ଟି ମ୍ୟାଚ୍‌ ଖେଳିଛନ୍ତି । ଅଷ୍ଟ୍ରେଲିଆର ଅଲିଶା ହେଲି ୧୩୨ଟି ମ୍ୟାଚ ଖେଳିବାରେ ଚତୁର୍ଥ ସ୍ଥାନରେ ରହିଥିବାବେଳେ ୱେଷ୍ଟଇଣ୍ଡିଜର ଡିଣ୍ଡ୍ରା ଡୋଟିନ ୧୨୭ଟି ମ୍ୟାଚ୍‌ ଖେଳି ଟି୨୦ ଫର୍ମାଟରେ ବିଶ୍ବରେ ପଞ୍ଚମ ସ୍ଥାନରେ ରହିଛନ୍ତି ।

ABOUT THE AUTHOR

...view details