ନୂଆଦିଲ୍ଲୀ:ଭାରତୀୟ ମହିଳା କ୍ରିକେଟ ଟିମ୍ର ଓପନର ସ୍ମୃତି ମାନ୍ଧାନା ମଙ୍ଗଳବାର କୋଭିଡ-19 ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ଟିକା ନେବା ସମୟର ଫଟୋ ସେୟାର କରିବା ସହ ମାନ୍ଧାନା ସମସ୍ତଙ୍କୁ ଟିକା ନେବାକୁ ଅପିଲ କରିଛନ୍ତି ଓ ସୁରକ୍ଷିତ ରହିବାକୁ କହିଛନ୍ତି ।
ମହିଳା ଟିମ ଇଣ୍ଡିଆର ଆଗାମୀ ଇଂଲଣ୍ଡ ଗସ୍ତରେ ନଜର ଆସିବେ ମାନ୍ଧାନା । ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୋଟିଏ ଟେଷ୍ଟ, 3ଟି ଦିନିକିଆ ଓ 3ଟି ଟି20 ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି ।
2007 ଟି 20 ବିଶ୍ବକପ ବିଜୟୀ ଭାରତୀୟ ସଦସ୍ୟ ଦିନେଶ କାର୍ତ୍ତିକ ମଧ୍ୟ ମଙ୍ଗଳବାର କୋରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି ।
ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା, ଦୀପକ ଚହର ଓ ସିଦ୍ଧାର୍ଥ କୌଲ ମଧ୍ୟ ମଙ୍ଗଳବାର ଟିକା ନେଇଛନ୍ତି । ସୋମବାର ଭାରତୀୟ କ୍ୟାପଟେନ ବିରାଟ କୋହଲି, ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ପ୍ରଥମ ଡୋଜ୍ ଟିକା ନେଇଥିଲେ । ଗତ ସପ୍ତାହରେ ଉମେଶ ଯାଦବ, ଶିଖର ଧାୱନ, ଅଜିଙ୍କ୍ୟ ରାହାଣେ ଟିକା ନେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ