ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମହିଳା କ୍ରିକେଟର ଟି-୨୦ରେ ପ୍ଲେୟାର ଅଫ ଦି ଇୟର ପାଇଁ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି । ଭାରତୀୟ ମହିଳା କ୍ରିକେଟର ଓପନର ସ୍ମୃତି ମାନ୍ଧାନାଙ୍କ ନାମ ଆଇସିସି ମହିଳା ଟି-୨୦ ପ୍ଲେୟାର ଅଫ ଦି ଇୟର ୨୦୨୧ ପୁରସ୍କାର ପାଇଁ ସୁପାରିସ ହୋଇଛି (smriti mandhana named icc womens t20 cricketer )। ମାନ୍ଧାନାଙ୍କ ବ୍ୟତୀତ ଏହି ପୁରସ୍କାର ଦୌଡରେ ଇଂଲଣ୍ଡ କ୍ରିକେଟର ଟାମି ବିମଣ୍ଟ ଓ ନାଟ୍ ସ୍କିଭର ଏବଂ ଆୟର୍ଲାଣ୍ଡର ଗାବି ଲୁଇସ୍ ଏହି ଦୌଡରେ ରହିଛନ୍ତି । ଚଳିତ ବର୍ଷ ମାନ୍ଧାନାଙ୍କ ପ୍ରର୍ଦଶନ ଉଚ୍ଚକୋଟୀର ଥିଲା ।
୨୦୨୧ରେ ମାନ୍ଧାନା ୯ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ମ୍ୟାଚରେ ୩୧. ୮୭ ଆଭରେଜରେ ୨୫୫ ରନ କରିଛନ୍ତି । ସେଥିରେ ଦୁଇ ଅର୍ଦ୍ଧଶତକ ସାମିଲ ଅଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ଟି-୨୦ରେ ଭାରତ ୧୧୩ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବାବେଳେ ସ୍ମୃତି ୨୮ ବଲରେ ୪୮ ରନ ସଂଗ୍ରହ କରି ଦଳକୁ ବିଜୟୀ କରିଥିଲେ । ଯାହାଫଳରେ ଭାରତ କ୍ଲିନ ସୁଇପ ପରାଜୟରୁ ବର୍ତ୍ତିଥିଲା ।