ନୂଆଦିଲ୍ଲୀ:ଭାରତୀୟ ମହିଳା ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନାଙ୍କ ଆଉ ଏକ ନୂଆ ରେକର୍ଡ । ଦିନିକିଆ କ୍ରିକେଟରେ ଶିଖର ଧାୱନ ଓ ବିରାଟ କୋହଲିଙ୍କ ପରେ ତୃତୀୟ ଭାରତୀୟ ଦ୍ରୁତତମ ଖେଳାଳି ଭାବେ 3 ହଜାର ରନ ପୁରଣ କରିଛନ୍ତି ସ୍ମୃତି ମାନ୍ଧନା । କ୍ୟାଣ୍ଟରବ୍ୟୁରୀରେ ଇଂଲଣ୍ଡ ବିପକ୍ଷ ଦିନିକିଆ ଦିନିକିଆରେ 40 (4ଚୌକା, 1ଛକା) ରନ ସଂଗ୍ରହ କରିଥିଲେ । 76ଟି ଦିନିକିଆ ଖେଳି 3000 ରନ ସଂଗ୍ରହ କରିଛନ୍ତି ସ୍ମୃତି ମାନ୍ଧନା ।
ପୂର୍ବତନ କ୍ରିକେଟର ମିଥାଲି ରାଜଙ୍କ ରେକର୍ଡ ଭାଙ୍ଗିଛନ୍ତି ସ୍ମୃତି । ମିଥାଲି 88ଟି ଦିନିକିଆ ଖେଳି ଏହି ରେକର୍ଡ କରିଥିଲେ ମାତ୍ର ସ୍ମୃତି 76ଟି ଦିନିକିଆ ଖେଳି ଏହି ସଫଳତା ହାସଲ କରିଛନ୍ତି । ଦୃତତମ ମହିଳା ବ୍ୟାଟର ଓ ତୃତୀୟ ଦୃତତମ ଭାରତୀୟ ଖେଳାଳି ଭାବେ ଏହି ରେକର୍ଡ ସ୍ଥାପନ କରିଛନ୍ତି ସ୍ମୃତି । ଶିଖର ଧାୱନ 72ଟି ଇନିଂସ ଖେଳି 3000 ରନ ପୁରଣ କରିଥିବାବେଳେ ବିରାଟ କୋହଲି 75ଟି ଇନିଂସ ଖେଳି ଏହି ସଫଳତା ଅର୍ଜନ କରିଥିଲେ । ସ୍ମୃତିଙ୍କ ପୂର୍ବରୁ କେବଳ ମିଥାଲି ରାଜ ଓ ହର୍ମନପ୍ରୀତ କୌର ମହିଳା ଦିନିକିଆରେ 3000ରୁ ଉର୍ଦ୍ଧ୍ବ ରନ ସଂଗ୍ରହ କରିଥିଲେ ।