ଓଡିଶା

odisha

ETV Bharat / sports

SMAT final: କର୍ଣ୍ଣାଟକକୁ ହରାଇ ଟାଇଟଲ ଜିିତିଲା ତାମିଲନାଡୁ

ଶେଷ ବଲ୍‌ରେ ରୋମାଞ୍ଚକର ବିଜୟ ସହ ଚଳିତ ବର୍ଷର ସୟଦ ମୁସ୍ତାକ ଅଲି ଟ୍ରଫି ହାତେଇଲା ତାମିଲନାଡୁ । ଅଧିକ ପଢନ୍ତୁ

By

Published : Nov 22, 2021, 5:38 PM IST

Updated : Nov 22, 2021, 5:55 PM IST

SMAT final: Shahrukh Khan's late heroics help TN defend title
SMAT final: କର୍ଣ୍ଣାଟକକୁ ହରାଇ ଟାଇଟେଲ ଜିିତିଲା ତାମିଲନାଡୁ

ନୂଆଦିଲ୍ଲୀ: ଶେଷ ବଲ୍‌ରେ ରୋମାଞ୍ଚକର ବିଜୟ ସହ ଚଳିତ ବର୍ଷର ସୟଦ ମୁସ୍ତାକ ଅଲୀ ଟ୍ରଫି ହାତେଇଲା ତାମିଲନାଡୁ । ନୂଆଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୧/୨୨ ଫାଇନାଲ ମୁକାବିଲାରେ ୪ ୱିକେଟରେ କର୍ଣ୍ଣାଟକକୁ ହରାଇଛି ତାମିଲନାଡୁ । ଶାହାରୁଖ ଖାନ ଶେଷ ବଲ୍‌ରେ ଛକା ଲଗାଇ ତାମିଲନାଡୁକୁ ବିଜୟୀ କରାଇଛନ୍ତି । ଫଳରେ ଲଗାତାର ଦ୍ବିତୀୟ ସଂସ୍କରଣରେ ବିଜୟ ରନ ସହ ଶାହାରୁଖ ତାମିଲନାଡୁକୁ ଟ୍ରଫି ଜିତାଇଛନ୍ତି ।

ଏହି ବିଜୟ ପରେ ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ୩ ଥର(୨୦୦୬/୦୭, ୨୦୨୦/୨୧, ୨୦୨୧/୨୨) ତାମିଲନାଡୁ ଟାଇଟେଲ ନିଜ ନାମରେ କରିଛି ।

ସଂଘର୍ଷପୂର୍ଣ୍ଣ ଫାଇନାଲ ମଧ୍ୟ କର୍ଣ୍ଣାଟକ-ତାମିଲନାଡୁ ସୀମିତ ଓଭର ଲଢେଇରେ ଅନ୍ୟ ଏକ ଅଧ୍ୟାୟ ହୋଇଛି । ୧୫୨ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ତାମିଲନାଡୁ ପକ୍ଷରୁ ଏନ ଜଗଦୀଶାନ ସର୍ବାଧିକ ୪୧ ରନ୍‌ର ଓ ଓପନର ହରି ନିଶାନ୍ତ ୨୩ ରନ୍‌ର ଇଂନିସ ଖେଳିଥିଲେ । କ୍ୟାପଟେନ ବିଜୟ ଶଙ୍କର ମାତ୍ର ୧୮ ରନ୍‌ କରିଥିଲେ । ତେବେ ୧୫ ବଲ୍‌ରୁ ଗୋଟିଏ ଚୌକା ଓ ୩ଟି ଛକା ସହାୟତାରେ ମ୍ୟାଚ୍‌ ବିଜୟୀ ୩୩ ରନ୍‌ର ଇଂନିସ ଖେଳିଥିଲେ ଶାହାରୁଖ ଖାନ ।

ପୂର୍ବରୁ ଅଭିନବ ମନୋହରଙ୍କ ୪୬, ପ୍ରବୀଣ ଦୁବେ ୩୩ ଓ କରୁଣ ନାୟରଙ୍କ ୧୮ ରନ୍‌ର ଯୋଗଦାନ ବଳରେ କର୍ଣ୍ଣାଟକ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ ରନ୍‌ ସଂଗ୍ରହ କରିଥିଲା । କ୍ୟାପଟେନ ମନୀଷ ପାଣ୍ଡେ ମାତ୍ର ୧୩ ରନ୍‌ କରି ଆଉଟ୍‌ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 22, 2021, 5:55 PM IST

ABOUT THE AUTHOR

...view details