ଗାଲେ(ଶ୍ରୀଲଙ୍କା):କ୍ରିକେଟ ପଡିଆରେ ପୁଣି ଅଘଟଣ । ପୁଣି ଜଣେ ଖେଳାଳିଙ୍କ ମୁଣ୍ଡରେ କ୍ରିକେଟ ବଲ୍ ବାଜିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଖେଳାଳି ଜଣଙ୍କ । ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ମଧ୍ୟରେ ଗାଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଏପରି ଅଭାବନୀୟ ଘଟଣା ଘଟିଛି । ଇଣ୍ଡିଜ ପକ୍ଷରୁ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ଯୁବ କ୍ରିକେଟର ଜେରେମି ସୋଲୋଜନୋଙ୍କ ମୁଣ୍ଡରେ ରବିବାର ବଲ ବାଜିବା ପରେ ତାଙ୍କୁ ଷ୍ଟ୍ରେଚର୍ରେ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି । କ୍ରିକେଟ ଜଗତ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଥିବାବେଳେ ସ୍ବାସ୍ଥ୍ୟବସ୍ଥା ନେଇ ସୂଚନାକୁ ସମସ୍ତଙ୍କ ଅପେକ୍ଷା ରହିଛି । ପୂର୍ବରୁ ଦୁଃଖଦ ଘଟଣା ମଧ୍ୟ କ୍ରିକେଟ ପଡିଆରେ ଘଟିସାରିଛି । ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଫିଲିପ୍ସ ହ୍ୟୁଗ୍ସଙ୍କ ମୁଣ୍ଡରେ ବଲ୍ ବାଜିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଥିଲା ।
ଶ୍ରୀଲଙ୍କା ପ୍ରଥମ ଇଂନିସର ୨୪ତମ ଓଭରରେ କ୍ୟାପଟେନ ଦିମୁଥ କରୁଣାରତ୍ନେ ପୁଲ୍ ସଟ୍ ଖେଳିବାକୁ ପ୍ରୟାସ କରିଥିଲେ । , ତେବେ ବଲ୍ଟି ସିଧାଯାଇ ସଟ୍ଲେଗ୍ରେ ଫିଲ୍ଡିଂ କରୁଥିବା ସଲୋଜନୋତଙ୍କ ମୁଣ୍ଡରେ ଲାଗିଥିଲା । ଏହାପରେ ଗୁରୁତର ଭାବେ ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।