ଓଡିଶା

odisha

ETV Bharat / sports

ଶ୍ରୀଲଙ୍କା ମୁଖ୍ୟ କୋଚ ଗ୍ରାଣ୍ଟ ଫ୍ଲାଓ୍ବରଙ୍କୁ କୋରୋନା

ଭାରତ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଶ୍ରୀଲଙ୍କାକୁ ବଡ ଝଟକା । ଦଳର ମୁଖ୍ୟ କୋଚ ଗ୍ରାଣ୍ଟ ଫ୍ଲାଓ୍ବର କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Jul 9, 2021, 7:04 AM IST

SL batting coach Grant Flower tests positive for Covid-19
ଶ୍ରୀଲଙ୍କା ମୁଖ୍ୟ କୋଚ ଗ୍ରାଣ୍ଟ ଫ୍ଲାଓ୍ବରଙ୍କୁ କୋରୋନା

କଲମ୍ବୋ:ଭାରତ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଶ୍ରୀଲଙ୍କାକୁ ବଡ ଝଟକା । ଦଳର ମୁଖ୍ୟ କୋଚ ଗ୍ରାଣ୍ଟ ଫ୍ଲାଓ୍ବର କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଜୁଲାଇ 13ରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାନେଇ ସୂଚୀ ରହିଛି ।

ଫ୍ଲାଓ୍ବରଙ୍କ ଠାରେ ମଧ୍ୟମ ଧରଣର COVID ଲକ୍ଷଣ ଥିଲା ପରେ RTPCR ଟେଷ୍ଟରେ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ଏନେଇ ଗୁରୁବାର ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସ୍ପଷ୍ଟ କରିଛି । ଫଳରେ ତାଙ୍କୁ ଦଳର ଅନ୍ୟ ସଦସ୍ୟଙ୍କ ଠାରୁ ଆଇସୋଲେସନରେ ରଖାଯାଇଛି । ଇଂଲଣ୍ଡ ଗସ୍ତ ଶେଷ କରି ଶ୍ରୀଲଙ୍କା ଖେଳାଳି କ୍ବାରେଣ୍ଟାଇନରେ ରହିଛନ୍ତି ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ 3ଟି ଦିନିକିଆ ଓ 3ଟି ଟି-20 ମ୍ୟାଚ ଖେଳାଯିବ । ଜୁଲାଇ 13 16 ଓ 18ରେ ଦିନିକିଆ ସିରିଜର 3ଟି ମ୍ୟାଚ ଓ ଜୁଲାଇ 21, 23 ଓ 25ରେ ଟି20 ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details