ଓଡିଶା

odisha

ETV Bharat / sports

ରୟାଲ ଲଣ୍ଡନ କପରୁ ବାଦ ପଡ଼ିଲେ ଶ୍ରେୟସ ଆୟର - ଶ୍ରେୟସ ଆୟରଙ୍କ ଫିଟନେସ୍

ଇଂଲିଶ କାଉଣ୍ଟି ରୟାଲ ଲଣ୍ଡନ କପରୁ ବାଦ ପଡ଼ିଲେ ଯୁବ ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟର । ଇଂଲଣ୍ଡ କାଉଣ୍ଟି ଦଳ ଲଙ୍କାସାୟରରେ ସାମିଲ ହୋଇଛନ୍ତି ଶ୍ରେୟସ ଆୟର । ଅଧିକ ପଢ଼ନ୍ତୁ...

ରୟାଲ ଲଣ୍ଡନ କପରୁ ବାଦ ପଡ଼ିଲେ ଶ୍ରେୟସ ଆୟର
ରୟାଲ ଲଣ୍ଡନ କପରୁ ବାଦ ପଡ଼ିଲେ ଶ୍ରେୟସ ଆୟର

By

Published : Jul 19, 2021, 5:01 PM IST

ଲଣ୍ଡନ: ଇଂଲିଶ କାଉଣ୍ଟି ରୟାଲ ଲଣ୍ଡନ କପରୁ ବାଦ ପଡ଼ିଲେ ଯୁବ ଭାରତୀୟ ବ୍ୟାଟସମ୍ୟାନ ଶ୍ରେୟସ ଆୟର । ଇଂଲଣ୍ଡ କାଉଣ୍ଟି ଦଳ ଲଙ୍କାସାୟରରେ ସାମିଲ ହୋଇଛନ୍ତି ଶ୍ରେୟସ ଆୟର । ତେବେ ସେ ରୟାଲ ଲଣ୍ଡନ କପରୁ ବାଦ ପଡ଼ିବା ନେଇ ଲଙ୍କାସାୟର ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ବଳେ କାନ୍ଧରେ ଆଘାତ ଯୋଗୁଁ ସିରିଜରୁ ବାଦ ପଡ଼ିଥିଲେ ଶ୍ରେୟସ ଆୟର । ତାଙ୍କ କାନ୍ଧରେ ଅସ୍ତ୍ରୋପଚାର କରାଯାଇଛି । ଏହାପରେ ସମର ସିଜିନ ପାଇଁ ଆୟର ଲଙ୍କାସାୟରକୁ ଫେରିବା ଅସମ୍ଭବ ହୋଇ ପଡ଼ିଛି । କାରଣ ସେହି ସମୟରେ ଆୟର ଭାରତରେ ସିରିଜ ଖେଳିବାକୁ ପ୍ରସ୍ତୁତ ହେଉଥିଲେ ।

ଲଙ୍କାସାୟର ବିସିସିଆଇ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ଆଲୋଚନା ହେବାପରେ ଏହି ନିଷ୍ପତ୍ତି ନିଆଯାଇଛି । ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ସମୟରେ କାନ୍ଧରେ ଆଘାତ ଯୋଗୁଁ ଦିନିକିଆ ସିରିଜ ସହ ଆଇପିଏଲରୁ ବାଦ ପଡ଼ିଥିଲେ ଶ୍ରେୟସ ଆୟର । ବର୍ତ୍ତମାନ ସେ ସୁସ୍ଥ ହେବାକୁ ଲାଗିଛନ୍ତି । କୋରୋନା ମହାମାରୀ ଯୋଗୁଁ ସ୍ଥଗିତ ରହିଥିବା ଆଇପିଏଲ ପୁନଃ ଖେଳାଯିବ । ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଫେରି ପାରନ୍ତି ଶ୍ରେୟସ ଆୟର । ଏହାଛଡ଼ା ଘରୋଇ ସିଜିନ କ୍ରିକେଟ ପାଇଁ ମୁମ୍ବାଇ କ୍ରିକେଟ ଆସୋସିଏସନ ପକ୍ଷରୁ ୪୫ ଜଣ ନାମ ଘୋଷଣା କରାଯାଇଛି । ସେମାନେ ଘରୋଇ ସିଜିନ ପାଇଁ ଫିଟନେସ କ୍ୟାମ୍ପରେ ଯୋଗ ଦେବେ । ଏହି ତାଲିକାରେ ଶ୍ରେୟସ ଆୟରଙ୍କ ନାମ ମଧ୍ୟ ରହିଛି ।

ସେପଟେ ଏହାକୁ ନେଇ ଲଙ୍କାସାୟରର ନିର୍ଦ୍ଦେଶକ ପାଉଲ ଆଲଟ କହିଛନ୍ତି ଯେ, "ଶ୍ରେୟସ ଆୟର ଆଗାମୀ ସିଜିନ ପାଇଁ ଦଳରେ ସାମିଲ ନହେବା ଆମ ପାଇଁ ନିରାଶାଜନକ । ଓଲ୍ଡ ଟ୍ରାଫୋର୍ଡରେ ସେ ପଡ଼ିଆକୁ ଓହ୍ଲାଇବେ ବୋଲି ଆମର ଆଶା ଥିଲା । କିନ୍ତୁ ତାଙ୍କ କ୍ୟାରିଅର ପାଇଁ ସେ ଫିଟ ରହିବା ଜରୁରୀ । ଲଙ୍କାସାୟର ବିସିସିଆଇର ଏହି ନିଷ୍ପତ୍ତିକୁ ସମ୍ମାନ ଦେଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details