ନୂଆଦିଲ୍ଲୀ:ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟରଙ୍କ କ୍ରେଜ । ରିଲ୍ସ ମାଧ୍ୟମରେ ଡ୍ୟାନ୍ସ କରି ଫ୍ୟାନ୍ସଙ୍କୁ ପାଗଳ କଲେ କ୍ରିକେଟର ଶ୍ରେୟାସ ଆୟାର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ୟୁଜର୍ସଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଛି । ଶ୍ରେୟାସ ତାଙ୍କ ଭଉଣୀଙ୍କ ସହ ତାମିଲ ଗୀତ ଟମ୍ ଟମ୍ରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଉଭଣୀ ଶ୍ରେଷ୍ଠା ସୋସିଆଲ ମିଡିଆରେ ଏହି ଭିଡିଓଟିକୁ ସେୟାର କରି 'ଡ୍ୟାନସିଂ ଟୁ ଦ ବେଷ୍ଟ ଟ୍ରେଣ୍ଡ ଉଇଥ ଦ ବେଷ୍ଟ' କ୍ୟାପସନ ଲେଖି ସେୟାର କରିଛନ୍ତି । ଏଥିସହ ହ୍ୟାସଟ୍ୟାଗ ଟମ୍ ଟମ୍ ଲେଖିଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଶ୍ରେୟାସ ତାଙ୍କ ଭଉଣୀଙ୍କ ସହ ତାମିଲ ଗୀତ ଟମ୍ ଟମ୍ରେ ଡ୍ୟାନ୍ସ କରୁଛନ୍ତି । ଗୀତର ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି ଶ୍ରେୟାସ ଓ ଶ୍ରେଷ୍ଠା । ଭାଇ ଭଉଣୀଙ୍କ ଏହି ଡ୍ୟାନ୍ସ ଭିଡିଟିକୁ ଫ୍ୟାନ୍ସ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ଶ୍ରେୟାସ ଏକ କଳା ରଙ୍ଗର ଟି ସାର୍ଟ ପିନ୍ଧି ଥିବାବେଳେ ଧଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି । ତାଙ୍କ ଭଉଣା ଏକ ହଳଦିଆ ରଙ୍ଗର ଟିସାର୍ଟ ପିନ୍ଧିଥିବା ବେଳେ ବାଦାମୀ ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ଭିଡିଓଟିକୁ 5 ଲକ୍ଷରୁ ଊର୍ଦ୍ଧ୍ବ ୟୁଜର୍ସ ଲାଇକ କରିସାରିଛନ୍ତି । ତାଲିମି ଗୀତ ଟମ୍ ଟମ୍ଏ ବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ମଧ୍ୟ ଏହି ଗୀତରେ ରିଲ୍ସ ବନାଇ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି ।