ଓଡିଶା

odisha

By

Published : Nov 28, 2021, 7:58 PM IST

ETV Bharat / sports

IND vs NZ: ଡେବ୍ୟୁ ଟେଷ୍ଟରେ ଶ୍ରେୟସ ଆୟରଙ୍କ ବିରଳ ରେକର୍ଡ

ଡେବ୍ୟୁ ଟେଷ୍ଟ(Test debut) ମ୍ୟାଚ୍‌ରେ ଶତକ ଓ ଅର୍ଦ୍ଧଶତକ ହାସଲ କରିବାରେ ଶ୍ରେୟସ ଆୟର ରବିବାର ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି । ଶେଷ ଭାରତୀୟ ଖେଳାଳି ଭାବେ ପୃଥ୍ବୀ ଶ ଡେବ୍ୟୁ ଟେଷ୍ଟରେ ଶତକୀୟ ଇଂନିସ ଖେଳିଥିଲେ । ଅଧିକ ପଢନ୍ତୁ

Shreyas Iyer becomes first Indian to score century and half-century on Test debut
IND vs NZ: ଡେବ୍ୟୁ ଟେଷ୍ଟରେ ଶ୍ରେୟସ ଆୟରଙ୍କ ବିରଳ ରେକର୍ଡ

କାନପୁର: ଡେବ୍ୟୁ ଟେଷ୍ଟ ମ୍ୟାଚ୍‌ରେ ଶତକ ଓ ଅର୍ଦ୍ଧଶତକ ହାସଲ କରିବାରେ ଶ୍ରେୟସ ଆୟର(Shreyas Iyer) ରବିବାର ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ କାନପୁର ଟେଷ୍ଟର ଦ୍ବିତୀୟ ଦିନରେ ଭାରତର ପ୍ରଥମ ଇଂନିସରେ ଶୁକ୍ରବାର ଆୟର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ । ଏଥିସହ ୧୬ତମ ଭାରତୀୟ ଭାବେ ଡେବ୍ୟୁ ଟେଷ୍ଟରେ ଶତକ ହାସଲକାରୀ ହୋଇଥିଲେ । ଶେଷ ଭାରତୀୟ ଖେଳାଳି ଭାବେ ପୃଥ୍ବୀ ଶ ଏହି ବିରଳ କରିସ୍ମା କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଅକ୍ଟୋବର ୨୦୧୮ରେ ପୃଥ୍ବୀ ଶ ଡେବ୍ୟୁ ଟେଷ୍ଟରେ ଶତକୀୟ ଇଂନିସ ଖେଳିଥିଲେ ।

ଶ୍ରେୟସ ଆୟର

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା କାନପୁର ଟେଷ୍ଟର ଚତୁର୍ଥ ଦିନରେ ଆୟର ଭାରତର ଦ୍ବିତୀୟ ଇଂନିସରେ ମଧ୍ୟ ଅର୍ଦ୍ଧଶତକୀୟ (65) ଇଂନିସ ଖେଳିଛନ୍ତି । ଏହାପରେ ସେ ପ୍ରଥମ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ହାସଲ କରିଥିବା ଭାରତର ପ୍ରଥମ ଖେଳାଳି ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Kanpur test: ବିଜୟ ଠାରୁ ୯ ୱିକେଟ ଦୂରରେ ଭାରତ

ମ୍ୟାଚ୍‌ରେ ୧୭୦ ରନ୍‌ ସହ ଡେବ୍ୟୁ ଟେଷ୍ଟରେ ଆୟର ତୃତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ଖେଳାଳି ମଧ୍ୟ ହୋଇଛନ୍ତି । ଏହି ତାଲିକାର ଶୀର୍ଷରେ ଶିଖର ଧାୱନ ରହିଛନ୍ତି । ବର୍ଷ ୨୦୧୨ ଡେବ୍ୟୁ ମୋହାଲି ଟେଷ୍ଟରେ ଧାୱନ ଅଷ୍ଟ୍ରେଲିଆ ବିପକ୍ଷରେ ୧୮୭ ରନ୍‌ର ଇଂନିସ ଖେଳିଥିଲେ । ରୋହିତ ଶର୍ମା ୧୭୭ ରନ୍‌ ସହ ତାଲିକାର ଦ୍ବିତୀୟରେ ରହିଛନ୍ତି ।

ଚତୁର୍ଥ ଦିନର ଖେଳ ସୁଦ୍ଧା ନ୍ୟୁଜିଲାଣ୍ଡର ସ୍କୋର ୪/୧ରହିଛି । ଫଳରେ ମ୍ୟାଚ୍‌ର ଶେଷ ଦିନରେ ଭାରତ ବିଜୟ ପାଇଁ ୯ ୱିକେଟ ଆବଶ୍ୟକ କରୁଛି । ପୂର୍ବରୁ ଦ୍ବିତୀୟ ଇଂନିସ ୨୩୪/୭ରେ ଘୋଷଣା କରିବା ପରେ ନ୍ୟୁଜିଲାଣ୍ଡ ସାମ୍ନାରେ ୨୮୪ ବିଜୟ ଲକ୍ଷ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details