ଓଡିଶା

odisha

ଶିବମ ଦୁବେ ଟିମ୍ ଇଣ୍ଡିଆର ଯୁବରାଜ: ଆକାଶ ଚୋପ୍ରା

By ETV Bharat Odisha Team

Published : Jan 16, 2024, 12:48 PM IST

Aakash Chopra on Shivam Dubes batting: ଆଫଗାନିସ୍ତାନ ବିପକ୍ଷ ଟି20 ସିରିଜର 2ଟି ମ୍ୟାଚରେ ଶିବମ ଦୁବେ ଲଢୁଆ ବ୍ୟାଟିଂ ସହ ଅର୍ଦ୍ଧଶତକ ହାସଲ କରିଛନ୍ତି । ପଡ଼ିଆରେ ଲମ୍ବା ଛକା ମାରୁଥିବା ଶିବମ, ଯୁବରାଜଙ୍କ କଥା ମନେ ପକାଇ ଦେଇଛନ୍ତି ବୋଲି କହିଲେ ଆକାଶ ଚୋପ୍ରା। ଅଧିକ ପଢନ୍ତୁ

ଶିବମ ଦୁବେ ଟିମ ଇଣ୍ଡିଆର ଯୁବରାଜ ସିଂ
Shivam Dubes batting

ହାଇଦ୍ରାବାଦ:ଆଫଗାନିସ୍ତାନ ବିପକ୍ଷ ଟି ଟ୍ବେଣ୍ଟି ସିରିଜରେ ଶିବମ ଦୁବେଙ୍କ ପ୍ରଦର୍ଶନ ଦମଦାର ରହିଛି । 4 ନମ୍ବରରେ ବ୍ୟାଟିଂ କରିବାକୁ ଆସି 2ଟି ମ୍ୟାଚରେ ଲଗାତାର ଅର୍ଦ୍ଧଶତକ ହାସଲ କରିଛନ୍ତି ଶିବମ । ବଡ଼ ବଡ଼ ସଟ୍ ଖେଳି ସେ ଦଳକୁ ବିଜୟୀ କରିବାରେ ସାହାଯ୍ୟ କରିଥିଲେ । ତାଙ୍କର ବ୍ୟାଟିଂ ଶୈଳୀକୁ ପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା । ଶିବମ ଦୁବେଙ୍କ ବ୍ୟାଟିଂ ଶୈଳୀ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପରି ବୋଲି କହିଛନ୍ତି ଆକାଶ ଚୋପ୍ରା ।

ଆକାଶ ଚୋପ୍ରା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି ଯେ, ଶିବମ ଦୁବେଙ୍କ ବ୍ୟାଟିଂ ଶୈଳୀ ଚମତ୍କାର । ସେ ଛୋଟ ପିଲା ନୁହନ୍ତି, ତାଙ୍କୁ 30 ବର୍ଷ ବୟସ । ସେ ବିଳମ୍ବରେ ଖେଳ ଆରମ୍ଭ କଲେ, କିଛି ପାରିବାରିକ ସମସ୍ୟା ହେତୁ ସେ ପିଲାବେଳୁ କ୍ରିକେଟଠାରୁ ଦୂରେଇ ରହିଥିଲେ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ପରେ ତାଙ୍କୁ ଖେଳିବାକୁ ଏତେଟା ସୁଯୋଗ ମିଳିନଥିଲା । ଏବେ କିନ୍ତୁ ଆଫଗାନିସ୍ତାନ ବିପକ୍ଷ ଟି ଟ୍ବେଣ୍ଟି ସିରିଜର 2ଟି ମ୍ୟାଚରେ ସେ 60 ପ୍ଲସ ରନ କରିଛନ୍ତି । ଉଭୟ ମ୍ୟାଚରେ ତାଙ୍କର ଷ୍ଟ୍ରାଇଟ ରେଟ ଭଲ ରହିଛି । ଗୋଟିଏ ପରେ ଗୋଟିଏ ଲମ୍ବା ଛକା ମାରି ସମସ୍ତଙ୍କୁ ଚକିତ କରିଥିଲେ ଶିବମ । ଯେତେବେଳେ ସେ ଫିଲ୍ଡରେ ଗୋଟିଏ ପରେ ଗୋଟିଏ ଛକା ବର୍ଷା କରୁଥିଲେ ସେତେବେଳେ ଯୁବରାଜ ସିଂଙ୍କ କଥା ମନେପକାଇ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ- ଭାରତ-ଆଫଗାନିସ୍ତାନ ତୃତୀୟ ଟି ଟ୍ବେଣ୍ଟି, ବେଙ୍ଗାଲୁରୁରେ ପହଞ୍ଚିଲା ଟିମ ଇଣ୍ଡିଆ

ଆଗକୁ ଟି20 ବିଶ୍ବକପ ରହିଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ସମସ୍ୟାରୁ ମୁକୁଳି ପାରିନାହାନ୍ତି । ବର୍ତ୍ତମାନ ମଧ୍ୟ ତାଙ୍କ ଚିକିତ୍ସା ଜାରି ରହିଛି । ଏପରି ସମୟରେ ଶିବମ ଦୁବେ ଆଫଗାନ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । ଲମ୍ବା ଲମ୍ବା ସଟ ମଧ୍ୟ ଖେଳିଛନ୍ତି । ତେଣୁ ଆଗାମୀ ଟି20 ବିଶ୍ବକପ ପାଇଁ ତାଙ୍କୁ ଚୟନ କରାଯାଇ ପାରେ ବୋଲି ଆଶା କରାଯାଉଛି ।

ପିଚରେ ବଡ଼ ବଡ଼ ଛକା ମାରିବାରେ ଆଗରେ ଥିଲେ ଯୁବରାଜ । ଏବେ ଭାରତୀୟ ଦଳରେ ପୁଣି ସେହିପରି ଜଣେ ଖେଳାଳି ଫେରିଥିବା ପରି ମନେ ହେଉଛି । ଶିବମ ଦୁବେ ଆଫଗାନିସ୍ତାନ ବିପକ୍ଷରେ ଖେଳୁଥିବା ମ୍ୟାଚରେ ଲମ୍ବା ଲମ୍ବା ଛକା ମାରି ସମସ୍ତଙ୍କୁ ଚକିତ କରିଛନ୍ତି । ତାଙ୍କର ଏଭଳି ସଟକୁ ଦେଖି ଆକାଶ ଚୋପ୍ରା ତାଙ୍କୁ ଯୁବରାଜଙ୍କ ପରି ଖେଳୁଛନ୍ତି ବୋଲି କହିଛନ୍ତି ।

ABOUT THE AUTHOR

...view details