ଭୁବନେଶ୍ବର: ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ ନିଯୁକ୍ତ ହେଲେ ଶିବ ସୁନ୍ଦର ଦାସ । ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ପାଇଁ ଏହି ପୂର୍ବତନ ଟେଷ୍ଟ ଓପନର ବ୍ୟାଟିଂ କୋଚିଂ ଦେବେ । ଏହାକୁ ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ ନିଯୁକ୍ତ ହୋଇଥିଲେ ପୂର୍ବତନ ସ୍ପିନର ରମେଶ ପାୱାର ।
ଭାରତ ପକ୍ଷରୁ 23 ଟି ଟେଷ୍ଟ ମ୍ୟାଚ ଖେଳି 1326 ରନ କରିଛନ୍ତି ଏହି ଓଡ଼ିଆ କ୍ରକେଟର । ଟେଷ୍ଟ କ୍ୟାରିଅରରେ 110 ରନ ତାଙ୍କର ସର୍ବାଧିକ ସ୍କୋର । ଟେଷ୍ଟ କ୍ୟାରିଅରରେ ସେ 9ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିଭଳି ଶିବ ସୁନ୍ଦର ଦାସ 4ଟି ଦିନିକିଆ ମ୍ୟାଚ ମଧ୍ୟ ଖେଳିଛନ୍ତି । ତେବେ ସେ ଦିନିକିଆରେ ମାତ୍ର 39 ରନ କରିବାକୁ ସକ୍ଷମ ହୋଇଥିଲେ । ଦିନିକିଆରେ 30 ରନ ତାଙ୍କ ସର୍ବାଧିକ ସ୍କୋର ।