ନୂଆଦିଲ୍ଲୀ:ଟିମ ଇଣ୍ଡିଆର ନେତୃତ୍ବ ନେଇପାରନ୍ତି ଓପନର ଶିଖର ଧାୱନ । ଜୁଲାଇରେ ସୀମିତ ଓଭର ସିରିଜ ଖେଳିବାକୁ ଶ୍ରୀଲଙ୍କା ଗସ୍ତରେ ଯିବ ଭାରତୀୟ ଟିମ । ବିରାଟ କୋହଲିଙ୍କ ନେତୃତ୍ବରେ ସମାନ ସମୟରେ ଇଂଲଣ୍ଡ ବିପକ୍ଷରେ 5ଟିକିଆ ଟେଷ୍ଟ ସିରିଜରେ ବ୍ୟସ୍ତଥିବେ ଷ୍ଟାର ଖେଳାଳି । ଫଳରେ ଶୀର୍ଷ ଖେଳାଳିଙ୍କ ଅନୁପସ୍ଥିତିରେ ଧାୱନଙ୍କୁ କ୍ୟାପଟେନ ଦାୟିତ୍ବ ମିଳିବା ସମ୍ଭାବନା ରହିଛି ।
ଭୁବନେଶ୍ବର କୁମାର, ପୃଥ୍ବୀ ଶ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନ ଶ୍ରୀଲଙ୍କା ବିପକ୍ଷ ହ୍ବାଇଟବଲ୍ ସିରିଜରେ ଖେଳିବା ସମ୍ଭାବନା ରହିଛି । ଜୁଲାଇ 13ରୁ ଦ୍ବୀପ ଦେଶ ବିପକ୍ଷରେ ଗୋଟିଏ ଭେନ୍ୟୁରେ ଭାରତ 3ଟି ଦିନିକିଆ ଓ 3ଟି ଟି20 ମ୍ୟାଚ ଖେଳିବା ନେଇ ସୂଚୀ ରହିଛି ।
ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ସିରିଜରେ ସ୍ଥାନ ମିଳିପାରେ । ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ 2020ରେ ଦମଦାର ପ୍ରଦର୍ଶନ କରିଥିଲେ ଓ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ଘରୋଇ ସିରିଜରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଅନ୍ୟ ଯୁବ ଖେଳାଳିଙ୍କ ମଧ୍ୟରେ ରାହୁଲ ଚହର, ଦୀପକ ଚହର ଓ ଚେତନ ସକାରିୟାଙ୍କୁ ମଧ୍ୟ ସ୍ଥାନ ମିଳିବା ସମ୍ଭାବନା ରହିଛି । ସକାରିୟା ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ ଖେଳିବା ସହ ପ୍ରଭାବୀ ପ୍ରଦର୍ଶନ କରିଥିଲେ ।
ଧାୱନ ଓ ଶଙ୍କ ବ୍ୟତୀତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କର୍ଣ୍ଣାଟକ ଓପନର ଦେବଦତ୍ତ ପାଦିକ୍କଲଙ୍କୁ ମଧ୍ୟ ଓପନର ଭାବେ ଦଳରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।