ଓଡିଶା

odisha

ETV Bharat / sports

ବିଶ୍ବକପରେ ବୁମରା ଓ ଜାଡେଜାଙ୍କ ଅନୁପସ୍ଥିତି ନେଇ ଏମିତି କହିଲେ ରବି ଶାସ୍ତ୍ରୀ

ଟି20 ବିଶ୍ବକପରୁ ବୁମରା ଏବଂ ଜାଡେଜାଙ୍କ ଅନୁପସ୍ଥିତି ବାବଦରେ ରବି ଶାସ୍ତ୍ରୀ କହିଲେ ଉଭୟଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆକୁ ନୂଆ ଚମ୍ପିଆନ ଖୋଜିବାରେ ସୁଯୋଗ ମିଳିବ । ଅଧିକ ପଢନ୍ତୁ

By

Published : Oct 7, 2022, 6:40 PM IST

ବିଶ୍ବକପରେ ବୁମରା ଓ ଜାଡେଜାଙ୍କ ଅନୁପସ୍ଥିତି ନେଇ ଏମିତି କହିଲେ ରବି ଶାସ୍ତ୍ରୀ
ବିଶ୍ବକପରେ ବୁମରା ଓ ଜାଡେଜାଙ୍କ ଅନୁପସ୍ଥିତି ନେଇ ଏମିତି କହିଲେ ରବି ଶାସ୍ତ୍ରୀ

ହାଇଦ୍ରାବାଦ: ଟି20 ବିଶ୍ବକପରୁ ଫାଷ୍ଟ ବୋଲର ଜଶପ୍ରିତ ବୁମରା ( Jasprit Bumrah ) ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ( Ravindra Jadeja ) ବାଦ ପଡିଲେ । ଉଭୟେ ଆହତ କାରଣରୁ ବାଦ ପଡିଛନ୍ତି । ବିଶ୍ବକପରେ ଉଭୟ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ଦଳକୁ ଚିନ୍ତାରେ ପକାଇଛି । ସେପଟେ ବୁମରା ଏବଂ ଜାଡେଜାଙ୍କ ଅନୁପସ୍ଥିତି ବାବଦରେ ନିଜର ମତାମତ ରଖିଛନ୍ତି ଟିମ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ( Ravi Shastri ) । ସେ କହିଛନ୍ତି ବୁମରା ଏବଂ ଜାଡେଜାଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆକୁ ନୂଆ ଚମ୍ପିଆନ ଖୋଜିବାରେ ସୁଯୋଗ ମିଳିବ । ସେପଟେ ଟି20 ବିଶ୍ବକପରେ ବୁମରାଙ୍କ ବଦଳ ଖେଳାଳିଙ୍କ ନାମ ଏଯାଏଁ ଘୋଷଣା କରାଯାଇ ନାହିଁ ।

ଟିମ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ କହିଛନ୍ତି, " ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି20 ବିଶ୍ବକପରେ ଜାଡେଜା ଏବଂ ବୁମରାଙ୍କ ଅନୁପସ୍ଥିତି ଦଳରେ ନିଶ୍ଚିତ ଭାବରେ ପ୍ରଭାବ ପକାଇବ । ହେଲେ ଦଳକୁ ନୂଆ ଚମ୍ପିଆନ ଖୋଜିବାରେ ଏକ ସୁଯୋଗ ମିଳିବ । ଜଶପ୍ରିତ ବୁମରାଙ୍କ ପିଠିରେ ଆଘତ ଦୁର୍ଭାଗ୍ୟ ପୂର୍ଣ୍ଣ ଅଟେ । ବହୁତ ଅଧିକ କ୍ରିକେଟ ଖେଳା ଯାଉଛି । ଯେଉଁ କାରଣରୁ କ୍ରିକେଟର ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ସେ ଆହତ ହୋଇ ଦଳରୁ ବାଦ ପଡିଛନ୍ତି । ତାଙ୍କର ଅନୁପସ୍ଥିତି ଅନ୍ୟ କ୍ରିକେଟର ପାଇଁ ସୁଯୋଗ ପ୍ରଦାନ କରିପାରେ । ଆହତ ସମସ୍ୟାରେ ଆପଣ କିଛି କରିପାରିବେ ନାହିଁ । କିଛି କ୍ରିକେଟର ଆହତ ହେବା ସତ୍ତ୍ବେ ଟିମ ଇଣ୍ଡିଆର ସ୍ଥିତି ମଜବୁତ ରହିଛି । ମୋତେ ଲାଗୁଛି ଆମ ଦଳ ଉପଯୁକ୍ତ ସଦସ୍ୟଙ୍କୁ ଚୟନ କରିଛି । ଯଦି ଆପଣ ସେମିଫାଇନାଲରେ ପ୍ରବେଶ କରିନେଉଛନ୍ତି ତାହେଲେ କୌଣସି ବି ଦଳ ଚମ୍ପିଆନ ହୋଇପାରେ । ସେଥିପାଇଁ ବିଶ୍ବକପରେ ସ୍ଥିତି ମଜବୁତ କରି ଅଭିଯାନ ଆରମ୍ଭ କରିବା ଦରକାର ।"

ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଣ୍ଠୁରେ ଆଘତ କାରଣରୁ ଏସିଆ କପରୁ ବାଦ ପଡିଥିଲେ । ଏହା ପରେ ତାଙ୍କର ଆଣ୍ଠୁରେ ଅସ୍ତ୍ରପଚାର କରାଯାଇଥିଲା । ଆହାତ ଜନିତ ସମସ୍ୟା କାରଣରୁ ଜାଡେଜା ଚଳିତ ବିଶ୍ବକପରୁ ବାଦ ପଡିଛନ୍ତି । ସେପଟେ ଜଶପ୍ରିତ ବୁମରା ଆହତ କାରଣରୁ ଏସିଆ କପରୁ ବାଦ ପଡିଥିଲେ । ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷ ଟି20 ସିରିଜରେ ଦଳକୁ ଫେରିଥିଲେ । ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି20 ସିରିଜରେ ପିଠିରେ ଆଘାତ କାରଣରୁ ଦଳରୁ ବାଦ ପଡିଥିଲେ । ବୁମରା ଟି20 ବିଶ୍ବକପରେ ଖେଳିବେ ନାହିଁ ବୋଲି ବିସିସିଆଇ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲା । ଅକ୍ଟୋବର ୧୬ ତାରିଖରୁ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରିଲିଆରେ ଟି20 ବିଶ୍ବକପ ଖେଳାଯିବ । ଏନେଇ ଭାରତୀୟ ବିଶ୍ବକପ ଦଳ ଗୁରୁବାର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଗସ୍ତ କରିଛି । ଅକ୍ଟୋବର ୨୩ ତାରିଖରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଭାରତ ବିଶ୍ବକପ ଆରମ୍ଭ କରିବ । ଏହା ପୂର୍ବରୁ ଭାରତ ଦୁଇଟି ଅଭ୍ୟାସ ମ୍ୟାଚ ଖେଳିବ ।

ABOUT THE AUTHOR

...view details