ହାଇଦ୍ରାବାଦ: ସୁରକ୍ଷିତ ସ୍ବଦେଶ ଫେରିଲେ ବାଲାଂଦେଶ କ୍ରିକେଟର ସାକିବ ଅଲ-ହାସନ ଓ ମୁସ୍ତାଫିଜୁର ରେହମାନ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ମୁସ୍ତାଫିଜୁର ଓ କୋଲକାତା ନାଇଟ ରାଇଡର୍ସ ଅଲରାଉଣ୍ଡର ସାକିବ ଅଲ ହାସନ ଆଇପିଏଲ 2021 ସ୍ଥଗିତ ହେବାପରେ ସୁରକ୍ଷିତ ଭାବେ ବାଂଲାଦେଶରେ ପହଞ୍ଚିଛନ୍ତି ।
ସାକିବଙ୍କ ସହ ଏକ ଚାଟାର୍ଡ ବିମାନରେ ବସିଥିବାର ଫଟୋ ସେୟାର କରିଛନ୍ତି ମୁସ୍ତାଫିଜୁର ଓ ଲେଖିଛନ୍ତି, "ସୁରକ୍ଷିତ ବିନା କୌଣସି ଅସୁବିଧାରେ ବାଂଲାଦେଶରେ ପହଞ୍ଚିଲୁ ।" ଏଥିସହ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ଫ୍ରାଞ୍ଚାଇଜକୁ ଧନ୍ୟବାଦ ଜଣାଇଛନ୍ତି । ବାଂଲାଦେଶ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସକରାତ୍ମକ ଭୂମିକା ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।