ମସକଟ୍:ବାଂଲାଦେଶ ଅଲ-ରାଉଣ୍ଡର ସାକିବ ଅଲ୍ ହସନ ନିଜ ସଫଳତମ କ୍ରିକେଟ କ୍ୟାରିୟରରେ ଏକ ନୂଆ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି । ପୁରୁଷ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ରବିବାର ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି ସାକିବ ।
ଟି-୨୦ ବିଶ୍ବକପର ଗ୍ରୁପ ବି'ର ଦ୍ବିତୀୟ ମ୍ୟାଚ୍ରେ ସ୍କଟଲାଣ୍ଡ୍ ବିପକ୍ଷରେ ଏହି ସଫଳତା ହାସଲ କରିଛନ୍ତି ସାକିବ । ସ୍କଟଲାଣ୍ଡ ବିପକ୍ଷରେ ୧୭ ରନ୍ ବ୍ୟୟରେ ଦୁଇଟି ୱିକେଟ ହାସଲ କରିବା ପରେ ଶ୍ରୀଲଙ୍କାର ଦ୍ରୁତ ବେଲାର ଲସିଥ ମାଲିଙ୍ଗାଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ସାକିବ୍ ।