ଢାକା:ପୂର୍ବତନ ବାଂଲାଦେଶ କ୍ୟାପଟେନ ସାକିବ ଅଲ ହାସନଙ୍କ ପିଛା ଛାଡୁନି ବିବାଦ । ଅମ୍ପାୟରଙ୍କ ନିଷ୍ପତ୍ତିରେ ନାଖୁସ ଜାହିର କରିବା ସହ ଷ୍ଟମ୍ପ୍କୁ ଗୋଇଠା ମାରି ପୁଣି ବିବାଦରେ ବାଂଲାଦେଶ ଅଲରାଉଣ୍ଡର । ଏହି ଘଟଣା ଢାକା ପ୍ରିମିୟର ଲିଗ(DPL)ର ଏକ ମ୍ୟାଚରେ ଘଟିଛି ।
ଶୁକ୍ରବାର ଖେଳାଯାଉଥିବା ଡିପିଏଲର ଏକ ମ୍ୟାଚ୍ରେ ଅମ୍ପାୟରଙ୍କ ନିଷ୍ପତ୍ତି ସାକିବଙ୍କ ଟିମ ସପକ୍ଷରେ ଯାଇନଥିଲା । ଏଥିରେ ରାଗିଯାଇଥିଲେ ସାକିବ । ପ୍ରଥମେ ଅମ୍ପାୟରଙ୍କ ସହ ଏନେଇ ଯୁକ୍ତି କରିଥିଲେ ଓ ପରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଗୋଡରେ ଷ୍ଟମ୍ପ୍ ଭାଙ୍ଗିଦେଇଥିଲେ । ଏତିକିରେ ଶାନ୍ତ ହୋଇନଥିଲା ସାକିବଙ୍କ ରାଗ । ଷ୍ଟମ୍ପ୍ରୁ ଓପାଡି ତଳେ ପକାଇଦେଇଥିଲେ । କିଛି ସମୟ ମଧ୍ୟରେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅନେକ ଫ୍ୟାନ୍ସ ଅମ୍ପାୟରଙ୍କ ପ୍ରତି ସାକିବଙ୍କ ଅଶୋଭନୀୟ ବ୍ୟବହାରକୁ ସମାଲୋଚନା କରିଛନ୍ତି ।