ଓଡିଶା

odisha

By

Published : Feb 4, 2023, 10:36 PM IST

ETV Bharat / sports

Shaheen Afridi Marriage: ସାହିଦ ଆଫ୍ରିଦିଙ୍କ ଝିଅ ଅଂଶାଙ୍କ ହାତ ଧରିଲେ ସାହିନ

ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କ ଝିଅ ଅଂଶା ସହିତ ସାହିନ ଆଫ୍ରିଦିଙ୍କ ବିବାହ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

Shaheen Afridi Marriage
Shaheen Afridi Marriage

ହାଇଦ୍ରାବାଦ : ସାହିଦ ଆଫ୍ରିଦିଙ୍କ ଝିଅ ହାତ ଧରିଲେ ସାହିନ ଆଫ୍ରିଦି । କ୍ରିକେଟ ଦୁନିଆରେ ଏବେ ବାହାଘର ଋତୁ ଚାଲିଛି । ଗୋଟିଏ ପରେ ଗୋଟିଏ କ୍ରିକେଟରଙ୍କ ଶାହାନାଇ ବାଜିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ନିକଟରେ ଭାରତର ଦୁଇ କ୍ରିକେଟର ତଥା ଲୋକେଶ ରାହୁଲ ଏବଂ ଅକ୍ଷର ପଟେଲଙ୍କ ହାତଗଣ୍ଠି ପଡିଥିବା ବେଳେ ଗତକାଲି (ଶୁକ୍ରବାର) ପାକିସ୍ତାନର ଫାଷ୍ଟ ବୋଲର ସାହିନ ଆଫ୍ରିଦି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କ ଝିଅ ଅଂଶା ସହିତ ସାହିନ ଆଫ୍ରିଦିଙ୍କ ବିବାହ ଅନୁଷ୍ଠିତ ହୋଇଛି । ଶୁକ୍ରବାର ଉଭୟଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ତେବେ ଝିଅ ଅଂଶାର ବିବାହକୁ ନେଇ ଭାବବିହ୍ବଳ ହୋଇଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି । ଏନେଇ ଆଫ୍ରିଦି ସୋସିଆଲ ମିଡିଆରେ ଭାବବିହ୍ବଳ ହୋଇ ଏକ ପୋଷ୍ଟ ମଧ୍ୟ କରିଛନ୍ତ । ତାଙ୍କ ଝିଅ ଏବଂ ଜ୍ବାଇଁଙ୍କ ଫଟୋ ପୋଷ୍ଟ କରି ଆଫ୍ରିଦି ଲେଖିଛନ୍ତି "ଝିଅ ଆପଣଙ୍କ ବଗିଚାର ସବୁଠୁ ସୁନ୍ଦର ଫୁଲ । ସେ ବଡ ହେଲେ ବହୁତ ସୁନ୍ଦର ଭାବରେ ଫୁଟିଥାଏ । ଝିଅ ସିଏ ଯାହା ସହିତ ଆପଣ ଆପଣଙ୍କର ସ୍ବପ୍ନ ସଜାଡିଥାନ୍ତି ଏବଂ ହସିଥାନ୍ତି । ଝିଅକୁ ଆପଣ ହୃଦୟରୁ ଭଲପାଇବା ଦେଇ ବଢାଇଥାନ୍ତି । ବାପା ହିସାବରେ ମୁଁ ମୋର ଝିଅର ହାତ ସାହିନ ଆଫ୍ରିଦିଙ୍କୁ ଦେଇଛି । ଉଭୟଙ୍କୁ ଶୁଭେଚ୍ଛା । " ତେବେ ସାହିନ ଆଫ୍ରିଦି ଓ ଅଂଶାଙ୍କ ବିବାହ ପରେ ଉଭୟଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ସାହିନ ଆଫ୍ରିଦିଙ୍କ ବିବାହ ଉତ୍ସବରେ ସରଫରାଜ ଅହମ୍ମଦ, ବାବର ଆଜମ, ଫାଷ୍ଟ ବୋଲର ନସିମ ଶାହା, ଅଲରାଉଣ୍ଡର ଶାଦବ ଖାନ, ପାକିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ହଫିଜ ସାମିଲ ହୋଇଥିଲେ।

ସେପଟେ କିଛି ଦିନ ତଳେ ଭାରତୀୟ ବ୍ୟାଟର ଲୋକେଶ ରାହୁଲ ବଲିଉଡ ଅଭିନେତ୍ରୀ ଆଥିଆ ସେଠୀଙ୍କୁ ବିବାହ କରିଥିଲେ । ତାଙ୍କ ପରେ ପରେ ହାତକୁ ଦୁଇ ହାତ ହୋଇଥିଲେ ଭାରତୀୟ ସ୍ପିନର ଅକ୍ଷର ପଟେଲ । ଗର୍ଲଫ୍ରେଣ୍ଡ ମେହାଙ୍କୁ ଜୀବନସାଥୀ କରିଥିଲେ ଅକ୍ଷର । ଗୁଜୁରାଟରେ ଭଦୋଦରାରେ ଅକ୍ଷର ପଟେଲଙ୍କ ବାହାଘର ଅନୁଷ୍ଠିତ ହୋଇଥିଲା । ତାଙ୍କ ବରଯାତ୍ରୀ ମୁହୂର୍ତ୍ତରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ଭିଡିଓରେ ବର ବେଶରେ ଅକ୍ଷର ପଟେଲ ନଜର ଆସିଥିଲେ । ତାଙ୍କ ପରିବାରବର୍ଗ ଏବଂ ସାଙ୍ଗସାଥୀ ବରଯାତ୍ରୀରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ସେହିପରି ଦୀର୍ଘ ଦିନର ବାନ୍ଧବୀ ଆଥିଆ ସେଟ୍ଟୀଙ୍କ ସହିତ ଜାନୁଆରୀ ୨୩ ତାରିଖରେ ସାତ ଫେରା ନେଇଥିଲେ ରାହୁଲ । ଭାରତୀୟ କ୍ରିକେଟର ରାହୁଲ ଏବଂ ଅଭିନେତ୍ରୀ ଆଥିଆ ସେଟ୍ଟୀ ହାତକୁ ଦି ହାତ ହୋଇଥିଲେ । ମୁମ୍ବାଇସ୍ଥିତ ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ଫାର୍ମ ହାଉସରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ପରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଉଭୟଙ୍କୁ ଫଟୋକୁ ପ୍ରଶଂସକ ବେଶ୍ ପସନ୍ଦ କରିଥିଲେ ।

ABOUT THE AUTHOR

...view details