ହୋଭ: ଶେଫାଳି ବର୍ମା ଓ ହରମନପ୍ରୀତ କୌରଙ୍କ ଲଢୁଆ 48 ଓ 31 ରନ୍ ବଳରେ ଇଂଲଣ୍ଡ ମହିଳା ବିପକ୍ଷ ଦ୍ବିତୀୟ ଟି20ରେ ଭାରତ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 148 ରନ ସଂଗ୍ରହ କରିଛି । ଫଳରେ ଘରୋଇ ଦଳ ସାମ୍ନାରେ 149 ରନ୍ର ବିଜୟ ଲକ୍ଷ୍ୟ ରହିଛି । ହୋଭର କାଉଣ୍ଟି ଗ୍ରାଉଣ୍ଡରେ 3ମ୍ୟାଚ ବିଶିଷ୍ଟ ଟି20 ସିରିଜର ଦ୍ବିତୀୟ ମ୍ୟାଚ ଖେଳାଯାଉଛି ।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳକୁ ଦୁଇ ଓପନର ଶେଫାଳି ବର୍ମା ଓ ସ୍ମୃତି ମାନ୍ଧାନା ଭଲ ଆରମ୍ଭ ଦେଇଥିଲେ । ପ୍ରଥମ 6 ଓଭରରେ ଉଭୟ 49 ରନ ଉଠାଇଥିଲେ । ତେବେ ନବମ ଓଭରରେ ମାନ୍ଧାନା 20 ରନ୍ରେ ଆଉଟ ହେବାପରେ, କ୍ୟାପଟେନ ହରମନପ୍ରୀତ କୌର ପାଳି ସମ୍ଭାଳିଥିଲେ । ଏହାର ପର ଓଭରରେ ଅର୍ଥାତ ଦଶମ ଓଭରରେ 48 ରନ୍ର ଇଂନିସ ଖେଳି ଶେଫାଳି ଆଉଟ ହୋଇଥିଲେ । ଭାରତର ସ୍କୋର 72/2 ହୋଇଯାଇଥିଲା । ପରେ ହରମନପ୍ରୀତ 31 ରନର ଇଂନିସ ଖେଳିବା ସହ 16ତମ ଓଭରରେ ପାଭିଲିୟନ ଫେରିଥିଲେ । ଫଳରେ ଭ୍ରମଣକାରୀ ଭାରତକୁ 150 ରନ ମଧ୍ୟରେ ସୀମିତ ରଖିବାରେ ସଫଳ ହୋଇଥିଲା ଇଂଲଣ୍ଡ । ଦିପ୍ତୀ ଶର୍ମା ଓ ସ୍ନେହ ରାଣା ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଯଥାକ୍ରମେ 24 ଓ 8 ରନ କରିଥିଲେ ।