ନର୍ଥାମ୍ପଟନ: ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଂଲଣ୍ଡ ମହିଳା ଟିମ ଠାରୁ ପ୍ରଥମ ଟି-20ରେ 18 ରନ୍ରେ ପରାସ୍ତ ହୋଇଛି ଭାରତ । ଘରୋଇ ଟିମର ଅଲରାଉଣ୍ଡର ନାଟ ସ୍କିଭରଙ୍କର ରେକର୍ଡ ଅର୍ଦ୍ଧଶତକ ଓ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ DLS ନିୟମରେ ଇଂଲଣ୍ଡ ବିଜେତା ହୋଇଛି ।
ଭାରତ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଏହାପରେ ସ୍କିଭର ମାତ୍ର 27 ବଲ୍ରୁ 8 ଚୌକା ଓ ଗୋଟିଏ ଛକା ସହାୟତାରେ ଧୁଆଁଧାର ଅର୍ଦ୍ଧଶତକ ହାସଲ କରିଥିଲେ । ପରେ ୱିକେଟ କିପର ଏମି ଜୋନ୍ସଙ୍କ 27 ବଲ୍ରୁ ଦ୍ରୁତ 43 ରନର ଇଂନିସ ସହାୟତାରେ ନିର୍ଦ୍ଧାରିତ 20 ଓଭରରେ 177 ରନ ସଂଗ୍ରହ କରିଥିଲା ଇଂଲଣ୍ଡ ।