ନୂଆଦିଲ୍ଲୀ:ଶ୍ରୀଲଙ୍କା ବିପକ୍ଷରେ ଦୁଇଟିକିଆ ଟେଷ୍ଟ ମ୍ୟାଚ୍ ସିରିଜରୁ ଋଦ୍ଧିମାନ ଶାହା ବାଦ ପଡ଼ିଛନ୍ତି । ଏହାପରେ ଜଣେ ଜଣାଶୁଣା ସାମ୍ବାଦିକ ଋଦ୍ଧିମାନଙ୍କ ସହ ସାକ୍ଷାତକାର ପାଇଁ ଦୁର୍ବ୍ୟବହାର କରିଛନ୍ତି । ଏହାକୁ ନେଇ ଏକ ସ୍କ୍ରିନ୍ସଟ୍ ସେୟାର କରି ଅସନ୍ତୋଷ ପ୍ରକାଶ କରିଥିଲେ । ବର୍ତ୍ତମାନ ଋଦ୍ଧିମାନଙ୍କୁ ସମର୍ଥନ କରିଛନ୍ତି ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହ୍ବାଗ ।
ଶ୍ରୀଲଙ୍କା ବିପକ୍ଷରେ ଦୁଇ ଟିକିଆ ଟେଷ୍ଟ ସିରିଜ୍ ପାଇଁ ୧୮ ଜଣିଆ ଭାରତୀୟ ଟେଷ୍ଟ ଦଳରୁ ଆଜିଙ୍କ୍ୟ ରାହାଣେ, ଚେତେଶ୍ବର ପୂଜାରା, ଇଶାନ୍ତ ଶର୍ମା ଓ ଋଦ୍ଧିମାନ ଶାହାଙ୍କୁ ବାଦ ଦିଆଯାଇଛି । ଏହାକୁ ନେଇ ଋଦ୍ଧିମାନଙ୍କୁ ଜଣେ ଜଣାଶୁଣା ସାମ୍ବାଦିକ ଋଦ୍ଧିମାନଙ୍କ ସହ ଏକ ସାକ୍ଷାତକାର କରିବାକୁ ମେସେଜ୍ କରିଥିଲେ । ତେବେ ଋଦ୍ଧିମାନ କୌଣସି ଉତ୍ତର ନଦେବାରୁ ସାମ୍ବାଦିକ ଜଣକ ତାଙ୍କ ସହ ଦୁର୍ବ୍ୟବହାର କରିଛନ୍ତି । ତେବେ ସାମ୍ବାଦିକଙ୍କ ନାମ କହି ନାହାନ୍ତି ଋଦ୍ଧିମାନ ।