ଓଡିଶା

odisha

By

Published : Jan 31, 2022, 6:35 PM IST

ETV Bharat / sports

ପୁଣି ଚର୍ଚ୍ଚାରେ ସାରା ତେନ୍ଦୁଲକର, ସାଥି ଯୁବକଙ୍କୁ ନେଇ ଗୁଜବ

ପୁଣି ଖବର ଶିରୋନାମାରେ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର । ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ତାଙ୍କୁ ଦେଖାଯାଇଛି, ଯାହା ଏବେ ଚର୍ଚ୍ଚାର ବିଷୟ । ଅଧିକ ପଢନ୍ତୁ

Sara Tendulkar Spotted with someone special, know who
ପୁଣି ଚର୍ଚ୍ଚାରେ ସାରା ତେନ୍ଦୁଲକର, ସାଥି ଯୁବକଙ୍କୁ ନେଇ ଗୁଜବ

ମୁମ୍ବାଇ: ପୁଣି ଖବର ଶୀରୋନାମାରେ କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର । ଷ୍ଟାର କିଡ୍‌ ସାରା ନିକଟରେ ଗ୍ଳାମର ଦୁନିଆରେ ଏଣ୍ଟ୍ରି କରିଛନ୍ତି । ବିଭିନ୍ନ ପୋଷାକ ଏବଂ କସମେଟିକ୍ ବ୍ରାଣ୍ଡ୍‌ ପାଇଁ ବିଜ୍ଞାପନ ଫଟୋ ଓ ଭିଡିଓ ବ୍ୟତୀତ, ଗୋଆରେ ସାରାଙ୍କ ଛୁଟି ମନାଉଥିବାର ଫଟୋ ଇଣ୍ଟରନେଟ୍‌ରେ ଝଡ ଆଣିଛି ।

ନିଜର ଫଲୋର୍ସମାନଙ୍କ ମନ ଜିଣିବାକୁ ନିଜର ଭିନ୍ନ ଭିନ୍ନ ପ୍ରକାର ଫଟୋ ସେୟାର କରୁଥିବା ସାରା ବର୍ତ୍ତମାନ ନୂଆ ସୋସିଆଲ ବଟରଫ୍ଲାଏ ହୋଇସାରିଛନ୍ତି । ତେବେ ରବିବାର ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ତାଙ୍କୁ ଦେଖାଯାଇଛି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହାମଧ୍ୟ ପଢନ୍ତୁ: ଲିଡର ହେବାକୁ ଆବଶ୍ୟକ ନାହିଁ ଅଧିନାୟକ ପଦ: ବିରାଟ କୋହଲି

ଭିଡିଓରେ ସାରା ମୁମ୍ବାଇର ହକସନ ଗେମ ପାଲେସିଓରୁ ବାହାରୁଥିବା ନଜର ଆସିଛନ୍ତି । ଏକ ରେଷ୍ଟରାଣ୍ଟରେ ଲଞ୍ଚ୍‌ ପରେ ହୁଏତ ସେ ଫେରୁଥିବା ଅନୁମାନ କରାଯାଉଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ସାରାଙ୍କ ସାଥିରେ ଜଣେ ଯୁବକ ରହିଛନ୍ତି ଓ ଉଭୟ ଗୋଟିଏ କାର୍‌ରେ ଯାଉଛନ୍ତି । ଯୁବକ ଜଣଙ୍କ ଚେହେରା ସ୍ପଷ୍ଟ ଭାବେ ଜଣାପଡୁନଥିଲେ ମଧ୍ୟ କିଛି ଇନଷ୍ଟଗ୍ରାମ ୟୁଜର୍ସ ସାରାଙ୍କ ସାଥିରେ ଥିବା ଯୁବକ ଜଣଙ୍କ ଅର୍ଜୁନ କପୁର ବୋଲି କହୁଛନ୍ତି ।

ଏହାମଧ୍ୟ ପଢନ୍ତୁ: Budget session: ସମଗ୍ର ଦେଶରେ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା ନେଇ ରାଷ୍ଟ୍ରପତିଙ୍କ ଘୋଷଣା

ଭିଡିଓକୁ ସ୍ପଷ୍ଟ ଭାବେ ଦେଖିଲେ ଗୁଣ୍ଡେ ଅଭିନେତାଙ୍କ ପରି ଯୁବକ ଜଣଙ୍କ ଲାଗୁଛନ୍ତି । ମାତ୍ର ତାଙ୍କର ପରିଚୟ ନେଇ କୌଣସି ସ୍ପଷ୍ଟତା ମିଳିନାହିଁ । ଅନ୍ୟପଟେ ଅନ୍ୟଏକ ଗୁଜବ ମଧ୍ୟ ପ୍ରଚାରିତ ହୋଇଥିଲା ଯେ, ମଲାଇକା ଅରୋରାଙ୍କ ସହିତ ଅର୍ଜୁନଙ୍କ ବ୍ରେକ୍‌ ଅପ୍‌ ହୋଇଛି । ଏହି ଗୁଜବର ସତ୍ୟାସତ୍ୟ ଜଣାପଡିନଥିଲେ ମଧ୍ୟ ଉଭୟଙ୍କୁ ଢେର ଦିନ ହେବ ସାଥିରେ ଦେଖାଯାଇନାହିଁ ।

ABOUT THE AUTHOR

...view details