ହାଇଦ୍ରାବାଦ: ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ବିପକ୍ଷ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ । ଏହି ସିରିଜରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଟି୨୦ ମ୍ୟାଚ ଖେଳିବ । ଏହାପରେ 6 ଅକ୍ଟୋବର ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ ଖେଳିବା ନେଇ ଖେଳ ସୂଚୀ ରହଛି । ଏହି ଦିନିକିଆ ସିରିଜରେ ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ (Wicket-keeper batter Sanju Samson ) ଉପ ଅଧିନାୟକ ରହିପାରନ୍ତି । କାରଣ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ବକପ ପାଇଁ ବରିଷ୍ଠ କ୍ରିକେଟର ମାନଙ୍କୁ ବିଶ୍ରାମ ଦିଆଯିବ ।
IND Vs SA: ଦିନିକିଆ ସିରିଜରେ ସାମସନଙ୍କୁ ମିଳିପାରେ ଉପ ଅଧିନାୟକ ଦାୟିତ୍ବ - ସଞ୍ଜୁ ସାମସନ ଉପ ଅଧିନାୟକ
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ସଞ୍ଜୁ ସାମସନ ( Wicket-keeper batter Sanju Samson ) ଉପ ଅଧିନାୟକ ରହି ପାରନ୍ତି । ଅଧିକ ପଢନ୍ତୁ
ଆସନ୍ତା ଅକ୍ଟୋବର ୬ ତାରିଖ ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦିନିକିଆ ସିରିଜ ଖେଳିବ ( Three-match ODI series against South Africa ) । ଏହି ଦିନିକିଆ ସିରିଜରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ । ତେବେ ଏହି ଦିନିକିଆ ସିରିଜରେ ସଞ୍ଜୁ ସାମସନ ଉପ ଅଧିନାୟକ ରହିପାରନ୍ତି ।ଏନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏକ ନ୍ୟୁଜ ଏଜେନ୍ସିକୁ ସୂଚନା ଦେଇ କହିଛନ୍ତି "ଦକ୍ଷିଣ ଆଫ୍ରିକା ବିପକ୍ଷ ତିନୋଟି ଦିନିକିଆ ସିରିଜରେ ସଞ୍ଜୁ ସାମସନଙ୍କୁ ଉପ ଅଧିନାୟ ଦାୟିତ୍ବ ଦିଆଯାଇପାରେ । କାରଣ ବରିଷ୍ଠ କ୍ରିକେଟର ମାନଙ୍କୁ ବିଶ୍ବକପ ଟି୨୦ ମ୍ୟାଚ୍ ପାଇଁ ବିଶ୍ରାମ ଦିଆଯିବ । ସେହିପରି ଶିଖର ଧାୱନ ଦକ୍ଷିଣ ଆଫ୍ରିକା ସିରିଜର ନେତୃତ୍ବ ନେଇ ପାରନ୍ତି ।"
ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ଅକ୍ଟୋବର ୬ ତାରିଖ ଲକ୍ଷ୍ମୌରେ ଖେଳାଯିବାକୁ ଥିବାବେଳେ, ୯ ତାରିଖରେ ଦ୍ବିତୀୟ ଦିନିକିଆ ରାଞ୍ଚିରେ ଖେଳାଯିବ । ସେହିପରି ତୃତୀୟ ଦିନିକିଆ ଅକ୍ଟୋବର ୧୧ ତାରିଖରେ ଦିଲ୍ଲୀରେ ଖେଳାଯିବ । ସଞ୍ଜୁ ସାମସନ ନ୍ୟୁଜିଲାଣ୍ଡ ଏ ବିପକ୍ଷ ଭାରତ ଏ ଦିନିକିଆ ସିରିଜରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ । ସେହିପରି ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ସାମସନ ଶେଷ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେ ଏପର୍ଯ୍ୟନ୍ତ ୭ଟି ଦିନିକିଆ ମ୍ୟାଚ ଏବଂ ୧୬ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି ।