ଓଡିଶା

odisha

ETV Bharat / sports

WTC Defeat: 'ଅଶ୍ବିନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବାକୁ ମୁଁ ବୁଝି ପାରୁନାହିଁ' - ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍‌

WTC ଫାଇନାଲ୍‌ରେ ଭାରତ ଅଷ୍ଟ୍ରେଲିଆଠାରୁ ୨୦୯ ରନ୍‌ରେ ପରଜିତ ହୋଇଛି । ଏହି ପରାଜୟକୁ ନେଇ ନିଜର ମତ ରଖିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟର ସଚିନ୍ ତେନ୍ଦୁଲକର । ଅଧିକ ପଢ଼ନ୍ତୁ

sachin tendulkar view after india loss to australia in wtc final
'ଅଶ୍ବିନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେବାକୁ ମୁଁ ବୁଝି ପାରୁନାହିଁ'

By

Published : Jun 12, 2023, 2:24 PM IST

ହାଇଦ୍ରାବାଦ:ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍‌ରେ ଭାରତ ଅଷ୍ଟ୍ରେଲିଆଠାରୁ ୨୦୯ ରନ୍‌ରେ ପରଜିତ ହୋଇଛି । ଏହି ପରାଜୟ ସହ କୋଟିକୋଟି କ୍ରିକେଟ ପ୍ରେମୀଙ୍କ ହୃଦୟ ଭାଙ୍ଗିଛି । ଭାରତର ଆଇସିସି ଟ୍ରଫି ବିଜୟ ଅପେକ୍ଷା ଏବେ ବି ଜାରି ରହିଛି । ତେବେ ବାସ୍ତବରେ କେଉଁ କାରଣ ଯୋଗୁଁ ଟିମ୍‌ ଇଣ୍ଡିଆକୁ ପରାଜିତ ହେବାକୁ ପଡ଼ିଛି ତାହାକୁ ନେଇ ବିଶ୍ଲେଷଣ କରି ମତ ରଖିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ।

ପଞ୍ଚମ ଦିନରେ ୩ ୱିକେଟ ହରାଇ ଡ୍ର' କିମ୍ବା ବିଜୟ ଆଶାରେ ଭାରତୀୟ ବ୍ୟାଟର ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ପଡିଆକୁ ଓହ୍ଲାଇଥିଲେ । କିନ୍ତୁ ଖେଳ ଆରମ୍ଭ ହେବାର ମାତ୍ର ଘଣ୍ଟାଏ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା । ଚେଜ୍‌ ମାଷ୍ଟର ଫେଲ୍‌ ମାରିଥିଲେ । ରବୀନ୍ଦ୍ର ଜାଡେଜା ମଧ୍ୟ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ । ଏହାପରେ ଧୂଳିସାତ ହେବା ଆରମ୍ଭ କରିଥିଲା ଭାରତୀୟ କ୍ରିକେଟ ପ୍ରେମୀଙ୍କ ସ୍ବପ୍ନ । ଏହି ପରାଜୟକୁ ନେଇ ନିଜର ମତ ରଖିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟର ସଚିନ୍ ତେନ୍ଦୁଲକର ।

ସଚିନ୍‌ ସୋସିଆଲ ମିଡିଆରେ ଟ୍ବିଟ୍‌ କରି କହିଛନ୍ତି, "ଟେଷ୍ଟ ଚମ୍ପିଆନ ଅଷ୍ଟ୍ରେଲିଆକୁ ଶୁଭେଚ୍ଛା । ଷ୍ଟିଭ୍‌ ସ୍ମିଥ୍‌ ଓ ଟ୍ରାଭିସ୍‌ ହେଡ୍‌ ପ୍ରଥମ ଦିନରୁ ଅଷ୍ଟ୍ରେଲିଆ ପାଇଁ ମ୍ୟାଚ୍‌ରେ ଏକ ମଜଭୁତ ଭିତ୍ତିଭୁମୀ ତିଆରି କରିଥିଲେ । ଏହାପରେ ଭାରତକୁ ପ୍ରଥମ ପାଳି ଭଲ ବ୍ୟାଟିଂ ପ୍ରଦର୍ଶନ କରିବାର ଥିଲା । କିନ୍ତୁ ଟିମ୍‌ ଇଣ୍ଡିଆର ବ୍ୟାଟର୍‌ ଫେଲ୍‌ ମାରିଥିଲେ । କେତେକ ବିଶେଷ ମୂହୁର୍ତ୍ତ ଭାରତ ପାଇଁ ତିଆରି ହୋଇଥିଲା କିନ୍ତୁ ରିବଚନ୍ଦ୍ରନ ଅଶ୍ବୀନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାହାର କରିବାକୁ ମୁଁ ବୁଝି ପାରୁନି । ଯିଏ କି ବର୍ତ୍ତମାନ ଟେଷ୍ଟ ରାଙ୍କିଂରେ ନମ୍ବର ୱାନ୍‌ ବୋଲର । "

ଏହାପରେ ସଚିନ ଆହୁରି କହିଛନ୍ତି, "ମୁଁ ମ୍ୟାଚ୍‌ ପୂର୍ବରୁ ମଧ୍ୟ କହିଥିଲି, ଦକ୍ଷ ସ୍ପିନର କେବେ ଟର୍ଣ୍ଣିଂ ଟ୍ରାକ୍‌ ଭରଷାରେ ରହି ନଥାନ୍ତି । ସେମାନେ ପବନର ଦିଗ ମୁତାବକ ବୋଲିଂ ଭେରିଏସନ୍‌ ଦେଖାଇଥାଆନ୍ତି । ଆମକୁ ଏହା ମଧ୍ୟ ଭୁଲିବାର ନଥିଲା ଯେ, ଅଷ୍ଟ୍ରେଲିଆ ପାଖରେ ଟପ୍‌ ୮ ଜଣ ବ୍ୟାଟ୍‌ର ବାମହାତୀ ଥିଲେ ।"

ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍‌ ମ୍ୟାଚ୍‌ ଚୂଡ଼ାନ୍ତ ଏକାଦଶରୁ ଅଶ୍ବିନଙ୍କୁ ବାଦ ଦିଆଯିବା ପରେ ଅନେକ କ୍ରିକେଟ ସମୀକ୍ଷକ ରୋହିତଙ୍କ ଅଧିନାୟକ ଦକ୍ଷତାକୁ ନେଇ ପ୍ରଶ୍ନ କରିଥିଲେ । ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍‌ର ମାଥ୍ୟୁ ହେଡେନ ମଧ୍ୟ କହିଛନ୍ତି, "ରୋହିତ ଶର୍ମା ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଉପରେ ଚାପ ପକାଇ ପାରିଲେ ନାହିଁ । ଯାହା ବିରାଟ କୋହଲି କରି ଦେଖାଇଥିଲେ ।"

ABOUT THE AUTHOR

...view details