ଓଡିଶା

odisha

ETV Bharat / sports

ବୋଲର ବୁମରା ODI ଉପ-ଅଧିନାୟକ ନିଷ୍ପତ୍ତିରେ ପୂର୍ବତନ ଚୟନକର୍ତ୍ତା ଚକିତ - ବିସିସିଆଇ ଚୟନକର୍ତ୍ତା ସାବା କରିମ

ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଉପ-ଅଧିନାୟକ ନିଯୁକ୍ତ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । ବୋର୍ଡର ଏହି ନିଷ୍ପତ୍ତିରେ ପୂର୍ବତନ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ସୈୟଦ ସବା କରିମ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି । ଅଧିକ ପଢନ୍ତୁ

SABA KARIM SURPRISED WITH BCCIS DECISION TO MAKE BUMRAH VICE CAPTAIN OF ODI SIDE IN SA
ବୋଲର ବୁମରା ODI ଉପ-ଅଧିନାୟକ ନିଷ୍ପତ୍ତିରେ ପୂର୍ବତନ ଚୟନକର୍ତ୍ତା ଚକିତ

By

Published : Jan 2, 2022, 10:39 PM IST

ମୁମ୍ବାଇ: ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଉପ-ଅଧିନାୟକ ନିଯୁକ୍ତ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । ବୋର୍ଡର ଏହି ନିଷ୍ପତ୍ତିରେ ପୂର୍ବତନ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ସୈୟଦ ସବା କରିମ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି ।

ପୂର୍ବରୁ ସାବା କରିମ ଜାତୀୟ ଚୟନକର୍ତ୍ତା ରହିସାରିଛନ୍ତି । ସେ କହିଛନ୍ତି, "ଋଷଭ ପନ୍ତଙ୍କୁ ଉପ-ଅଧିନାୟକ ଭାର ମିଳିବ ବୋଲି ଆଶା କରୁଥିଲେ । କାରଣ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ନେବାର ଅଭିଜ୍ଞତା ପନ୍ତଙ୍କ ପାଥରେ ରହିଛି । ବୁମରା ଜଣେ ପ୍ରଭାବଶାଳୀ ଶ୍ରେଷ୍ଠ ବୋଲର ମାତ୍ର ଅଧିନାୟକତ୍ବର କୌଣସି ଅନୁଭବ ନାହିଁ ।"

ଏହାମଧ୍ୟ ପଢନ୍ତୁ: India vs South Africa: ଜୋହାନ୍ସବର୍ଗରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତ

ନିକଟରେ BCCI ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା କରିଛି, ଯେଉଁଥିରେ କେଏଲ ରାହୁଲଙ୍କୁ ୧୮ ସଦସ୍ୟ ବିଶିଷ୍ଟ ଟିମର ଅଧିନାୟକ କରାଯାଇଛି । କାରଣ ନବନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ସିରିଜରୁ ବାଦ୍‌ ପଡିଛନ୍ତି । ଫଳରେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଟିମର ଉପ-ଅଧିନାୟକ ଥିବା ରାହୁଲ, ରୋହିତଙ୍କ ଅନୁପସ୍ଥିତିରେ ଦିନିକିଆ ଟିମର ନେତୃତ୍ବ ନେବେ, ବୁମରା ଉପ-ଅଧିନାୟକ ଦାୟିତ୍ବ ତୁଲାଇବେ ।

ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି । ସେଞ୍ଚୁରିଅନର ସୁପରସ୍ପୋର୍ଟ ପାର୍କରେ ୧୧୩ ରନ୍‌ରେ ବଡ ବିଜୟ ସହ ସିରିଜରେ ୧-୦ରେ ଆଗୁଆ ରହିଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦିନିକିଆ ସ୍କ୍ବାଡ୍‌: କେଏଲ ରାହୁଲ(କ୍ୟାପଟେନ), ଶିଖର ଧାୱନ, ଋତୁରାଜ ଗାଏକ୍ବାଡ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟସ ଆୟର, ଋଷଭ ପନ୍ତ(ୱିକେଟ କିପର), ଇଶାନ କିଶନ(ୱିକେଟ କିପର), ୟୁଜଭେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ, ୱାସିଂଟନ ସୁନ୍ଦର, ଜଶପ୍ରୀତ ବୁମରା(ଭାଇସ-କ୍ୟାପଟେନ), ଭୁବନେଶ୍ବର କୁମାର, ଦୀପକ ଚହର, ପ୍ରସିଦ୍ଧ କ୍ରୀଷ୍ଣା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details