ଓଡିଶା

odisha

ETV Bharat / sports

ଦ୍ବିତୀୟ ମ୍ୟାଚ୍‌ରେ ବି ବର୍ଷା ଭିଲେନ୍‌: ଅଧାରେ ଅଟକିଛି ଖେଳ, ଭାରତ ୧୮୦/୭ - ଅଧାରେ ଅଟକିଛି ଖେଳ

Rain Stops Play: ଦକ୍ଷିଣ ଆଫ୍ରିକାରେ ଭାରତ ଖେଳୁଥିବା ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ମଧ୍ୟ ବର୍ଷା ସାଜିଛି ଭିଲେନ୍‌ । ପ୍ରଥମେ ବ୍ୟାଟିଂ କରି ଭାରତ ୧୯.୩ ଓଭରରେ ୧୮୦ ରନ କରିଥିବାବେଳେ ହେଲା ବର୍ଷା । ଅଧାରେ ଅଟକିଛି ଖେଳ । ଅଧିକ ପଢ଼ନ୍ତୁ

ଦ୍ବିତୀୟ ମ୍ୟାଚ୍‌ରେ ବି ବର୍ଷା ଭିଲେନ୍‌
ଦ୍ବିତୀୟ ମ୍ୟାଚ୍‌ରେ ବି ବର୍ଷା ଭିଲେନ୍‌

By ETV Bharat Odisha Team

Published : Dec 12, 2023, 11:01 PM IST

ଜିକେବେରହା: ପୁଣି ମ୍ୟାଚ୍‌ ବାଧକ ସାଜିଲା ବର୍ଷା । ପ୍ରଥମ ମ୍ୟାଚ୍‌ ପରେ ଏବେ ଦ୍ବିତୀୟ ମ୍ୟାଚ୍‌ ମଧ୍ୟ ଭିଲେନ୍‌ ସାଜିଛି ବର୍ଷା । ଦକ୍ଷିଣ ଆଫ୍ରିକାର ଜିକେବେରହାସ୍ଥିତ ସେଣ୍ଟ୍‌ ଜର୍ଜ୍‌ ପାର୍କ ଠାରେ ଖେଳାଯାଉଥିବା ୨ୟ ଟି୨୦ ମ୍ୟାଚ୍‌ ବର୍ଷା କାରଣରୁ ଅଧାରେ ଅଟକିଛି । ପ୍ରଥମେ ବ୍ୟାଟିଂ କରି ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂହଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଭାରତ ୧୯.୩ ଓଭରରେ ୧୮୦ ରନ୍‌ କରିଛି । ହେଲେ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ୨୦ ଓଭର ମ୍ୟାଚ୍‌ ଖେଳ ହୋଇପାରିନାହିଁ ।

ଆଜିର ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ୍‌ ମାରକ୍ରମ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ଆରମ୍ଭରୁ ଫସିଥିଲା । ଉଭୟ ଓପନର ଯଶସ୍ବୀ ଜୟସ୍ବାଲ ଓ ଶୁଭମନ ଗିଲ୍ ଖାତା ଖୋଲି ପାରିନଥିଲେ । ଫଳରେ ଆରମ୍ଭରୁ ୨ଟି ୱିକେଟ୍‌ ହରାଇ ସଂକଟରେ ପଡ଼ିଥିଲା ଟିମ୍‌ ଇଣ୍ଡିଆ । ତିଳକ ବର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ତିଲକ ବର୍ମା ୨୦ ବଲରୁ ୪ ଚୌକା ଓ ଗୋଟିଏ ଛକା ବଳରେ ୨୯ ରନ କରି ଆଉଟ୍‌ ହେବାପରେ ରିଙ୍କୁ ସିଂହଙ୍କ ସହ ମିଶି ଦଳୀୟ ସ୍କୋରବୋର୍ଡକୁ ଗତି ଦେଇଥିଲେ କ୍ୟାପ୍ଟେନ୍‌ ସୂର୍ଯ୍ୟ । ସେ ୩୬ ବଲରୁ ୫ ଚୌକା ଓ ୩ ଛକା ସହିତ ୫୬ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟପଟେ ରିଙ୍କୁ ସିଂହ ଚିରାଚରିତ ଭାବେ ମ୍ୟାଚ୍‌କୁ ନିଜ ଷ୍ଟାଇଲ୍‌ରେ ଶେଷ ଆଡ଼କୁ ନେଇଯାଇଥିଲେ । ସେ ୩୯ ବଲରୁ ୬୮ ରନ କରିଛନ୍ତି । ଏଥିରେ ୯ ଚୌକା ଓ ୨ ଛକା ସାମିଲ ଅଛି । ଅନ୍ୟପଟେ ଜିତେଶ ଶର୍ମା ୧ ଓ ରବୀନ୍ଦ୍ର ଜାଡେଜା ୧୯ ରନ କରି ଆଉଟ୍‌ ହୋଇଛନ୍ତି । ତେବେ ୧୯.୩ ଓଭରରେ ବର୍ଷା ହେବାରୁ ଖେଳ ଅଟକି ଯାଇଥିଲା । ସେତେବେଳେ ରିଙ୍କୁ(୬୮)ଙ୍କ ସହ ମହମ୍ମଦ ସିରାଜ କ୍ରିଜ୍‌ରେ ମହଜୁଦ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମେଘାଚ୍ଛନ୍ନ ଜିକେବେରହା ଆକାଶ, ଦ୍ବିତୀୟ ଟି୨୦ ମ୍ୟାଚ୍‌ ବି ଧୋଇଯିବ !

ପ୍ରକାଶ ଯୋଗ୍ୟ, ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଦଳ ଗତ ୧୦ ତାରିଖରେ ଏହାର ଅଭିଯାନ ଆରମ୍ଭ କରିଥାଆନ୍ତା । ପ୍ରଥମ ଟି୨୦ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିଥାଆନ୍ତା ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆ । ହେଲେ ଆରମ୍ଭରୁ ବର୍ଷା ସାଜିଥିଲା ଭିଲେନ୍‌ । ଲଗାତାର ବର୍ଷା ଲାଗି ରହିବାରୁ ଟସ୍‌ ମଧ୍ୟ ପଡ଼ି ପାରିନଥିଲା । ଏହାପରେ ଆଜି ଜିକେବେରହାସ୍ଥିତ ସେଣ୍ଟ୍‌ ଜର୍ଜ୍‌ ପାର୍କ ଠାରେ ଖେଳାଯାଉଥିବା ୨ୟ ଟି୨୦ ମ୍ୟାଚ୍‌ ପୂର୍ବରୁ ମଧ୍ୟ ଏଠାରେ ବର୍ଷା ନେଇ ପୂର୍ବାନୁମାନ କରିଥିଲା ସ୍ଥାନୀୟ ପାଣିପାଗ ବିଭାଗ । ଏହି ମ୍ୟାଚ୍‌ ଧୋଇଗଲେ ଶୃଙ୍ଖଳାରେ କେବଳ ଗୋଟିଏ ମ୍ୟାଚ୍‌ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details