ଜୋହାନ୍ସବର୍ଗ:ରୋମାଞ୍ଚକର ସ୍ଥିତିରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଭାରତୀୟ ଟିମ ଦୃଢ ସ୍ଥିତିରେ ରହିଛି । ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତର ସ୍କୋର ୮୫/୨ ରହିଛି । ଫଳରେ ୫୮ ରନ୍ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ଦୁଇ ଅଭିଜ୍ଞ ଭେଟେରାନ ବ୍ୟାଟ୍ର ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଅପରାଜିତ ରହିଛନ୍ତି । ପୂଜାରା ୩୫ ଓ ରାହାଣେ ୧୧ ରନ୍ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ:2nd Test: ଶାର୍ଦ୍ଦୁଳଙ୍କ ଶ୍ରେଷ୍ଠ ପ୍ରଦର୍ଶନ, ଦକ୍ଷିଣ ଆଫ୍ରିକା ୨୨୯ରେ ଅଲଆଉଟ୍
ପ୍ରଥମ ଦିନ ପରି ଦ୍ବିତୀୟ ଦିନରେ ମଧ୍ୟ ବୋଲରଙ୍କ ଶୋ ଦେଖିବାକୁ ମିଳିଥିଲା ଓ ମୋଟ ୧୧ଟି ୱିକେଟ ପଡିଥିଲା । ଭାରତ ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇଂନିସରେ ୨୨୯ରେ ଅଲଆଉଟ୍ କରିବାପରେ ଘରୋଇ ଟିମକୁ ୨୭ ରନ୍ର ଲିଡ୍ ମିଳିଥିଲା । ଶାର୍ଦ୍ଦୁଳ ଠାକୁର ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ସହ ୭ଟି ୱିକେଟ ହାତେଇଥିଲେ ।