ଓଡିଶା

odisha

ETV Bharat / sports

India Tour Of South Africa: ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚ ଖେଳିବେନି କୋହଲି - ବିରାଟ କୋହଲି ନ୍ୟୁଜ

ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ ଖେଳିବେନି ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି(Virat Kohli South Africa Tour One-day Match Cancel) । ଅଧିକ ପଢନ୍ତୁ

India Tour Of South Africa: ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚ ଖେଳିବେନି କୋହଲି
India Tour Of South Africa: ସାଉଥ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚ ଖେଳିବେନି କୋହଲି

By

Published : Dec 14, 2021, 12:50 PM IST

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ ଖେଳିବେନି ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି(Virat Kohli South Africa Tour One-day Match Cancel) । ଟେଷ୍ଟ ମ୍ୟାଚ ପରେ ବିରାଟ ଭାରତ ଫେରିଆସିବେ । ଏନେଇ ଘୋଷଣା ପରେ କ୍ରିକେଟ ପ୍ରେମୀଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଛି । ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ବରୁ ବାଦ୍ ଦେଇ ରୋହିତ ଶର୍ମାଙ୍କୁ ଦାୟିତ୍ବ ଦେବା ପରେ କୋହଲିଙ୍କ ଏପରି ନିଷ୍ପତ୍ତି ଫ୍ୟାନ୍ସଙ୍କ ସନ୍ଦେହକୁ ଦ୍ବିଗୁଣିତ କରିଛି ।

କାରଣ ବିଶ୍ବ କପ ମ୍ୟାଚ ପରେ କୋହଲିଙ୍କୁ ଦିନିକିଆ ଏବଂ ଟି-ଟ୍ବେଣ୍ଟି କ୍ୟାପ୍ଟନସିପରୁ ବାଦ୍ ଦିଆଯାଇଛି । ଏଥିପାଇଁ କେହି କେହି କୋହଲିଙ୍କ ଖରାପ ପ୍ରଦର୍ଶନକୁ ଦାୟୀ କରୁ ଥିବାବେଳେ ଆଉ କେହି ରୋହିତ ଏବଂ କୋହଲିଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିବା ଚର୍ଚ୍ଚା କରୁଛନ୍ତି । ତେବେ BCCI ସଭାପତି ସୌରଭ ଗାଙ୍ଗୁଲି ନାନା ଚର୍ଚ୍ଚାକୁ ଖଣ୍ଡନ କରି ଏପରି ନିଷ୍ପତ୍ତି କୋହଲିଙ୍କୁ ପଚରାଯାଇ ନିଆଯାଇଥିବା କହିଥିଲେ । ମାତ୍ର ବର୍ତ୍ତମାନ କୋହଲି ଦିନିକିଆ ମ୍ୟାଚ ଗସ୍ତରେ ଯିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସେ ତାଙ୍କ ଝିଅର ପ୍ରଥମ ଜନ୍ମ ବାର୍ଷିକୀ ପୂର୍ବରୁ ଭାରତ ପ୍ରତ୍ତ୍ୟାବର୍ତ୍ତନ କରିବାକୁ ଚାହୁଁଥିବା BCCI କୁ ଜଣାଇଛନ୍ତି ।

ତେବେ ଗତକାଲି(ସୋମବାର) ରୋହିତ ଶର୍ମା ଆହତ ହୋଇଥିବାରୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍‌ ଖେଳିବେନି ବୋଲି BCCI ସ୍ପଷ୍ଟ କରିଥିଲା । ତେବେ ଦିନିକିଆ ସିରିଜ୍‌ ବେଳକୁ ସେ ସୁସ୍ଥ ହୋଇ ସାରିଥିବେ ଏବଂ ଅଧିନାୟକ ପଦ ସମ୍ଭାଳିବେ ବୋଲି BCCI କହିଥିଲା ।

ଏହା ମଧ୍ୟ ପଢନ୍ତୁ:- ODI ଅଧିନାୟକ ହେବାପରେ ରୋହିତଙ୍କ ବଡ ବୟାନ, କହିଲେ ବାହାର ଚର୍ଚ୍ଚା ଭିତ୍ତିହୀନ

ଏହାପରେ ହଠାତ୍‌ ଆଜି(ମଙ୍ଗଳବାର) ବିରାଟ ଦିନିକିଆ ସିରିଜ୍‌ରେ ଯୋଗଦେବେନି ବୋଲି ମନା କରିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ବିରାଟ ଏବେ ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ଅଛନ୍ତି । ଦିନିକିଆ ଓ ଟି-୨୦ ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ନିଯୁକ୍ତି ମିଳିଛି । ବିରାଟ ଟି-୨୦ ଅଧିନାୟକ ଛାଡ଼ି ଥିବାବେଳେ ଦିନିକିଆ ଓ ଟେଷ୍ଟ ଟିମ୍‌ର ନେତୃତ୍ୱ ନେବେ ବୋଲି କହିଥିଲେ । ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଟିମ୍‌ ଘୋଷଣା ବେଳେ BCCI ବିରାଟଙ୍କ ବଦଳରେ ରୋହିତଙ୍କୁ ସୀମିତ ଓଭରର କ୍ରିକେଟର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଯୁକ୍ତି ଦେଇଛି ।

ତେବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୨୬ ରୁ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ସେହିପରି ଜାନୁଆରୀ ୧୭ରୁ ଦିନିକିଆ ସିରିଜ୍‌ ଖେଳାଯିବ । ରୋହିତ ଟେଷ୍ଟ ଟିମର ଉପ ଅଧିନାୟକ ଥିବାବେଳେ ବିରାଟ କ୍ୟାପ୍ଟେନ ଦାୟିତ୍ୱ ସମ୍ଭାଳିବେ । ମାତ୍ର ହଠାତ୍ ଅସୁସ୍ଥତା ଦର୍ଶାଇ ଟେଷ୍ଟ ମ୍ୟାଚ ଖେଳିବାକୁ ମନା କରିଦେଇଛନ୍ତି ରୋହିତ । ତେଣୁ ଟେଷ୍ଟ ସିରିଜ୍‌ ପାଇଁ ରୋହିତଙ୍କ ବଦଳରେ ପ୍ରିୟଙ୍କ ପାଞ୍ଚଲଙ୍କୁ ସାମିଲ କରାଯାଇଛି ।

ABOUT THE AUTHOR

...view details