ଓଡିଶା

odisha

ETV Bharat / sports

SA vs Ind: ଜୋହାନ୍ସବର୍ଗ ଟେଷ୍ଟରେ ଘରୋଇ ଟିମର କମବ୍ୟାକ୍‌ ନେଇ ଅମଲା ଆଶାବାଦୀ

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରଜ ନେଇ ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ର ହାସିମ ଅମଲାଙ୍କ ବଡ ବୟାନ । ଜୋହାନ୍ସବର୍ଗରେ ଖେଳାଯିବାକୁ ଥିବା ସିରିଜର ଦ୍ବିତୀୟ ଟେଷ୍ଟରେ ଘରୋଇ ଟିମ କମବ୍ୟାକ୍‌ କରିବା ନେଇ ଆଶାବାଦୀ ଥିବା କହିଛନ୍ତି ଅମଲା । ଅଧିକ ପଢନ୍ତୁ

By

Published : Jan 2, 2022, 6:59 AM IST

SA vs Ind: Hashim Amla hopeful of Proteas fight back in Johannesburg Test
SA vs Ind: ଜୋହାନ୍ସବର୍ଗ ଟେଷ୍ଟରେ ଘରୋଇ ଟିମର କମବ୍ୟାକ୍‌ ନେଇ ଅମଲା ଆଶାବାଦୀ

ଜୋହାନ୍ସବର୍ଗ(ଦକ୍ଷିଣ ଆଫ୍ରିକା):ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରଜ ନେଇ ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ର ହାସିମ ଅମଲାଙ୍କ ବଡ ବୟାନ । ଜୋହାନ୍ସବର୍ଗରେ ଖେଳାଯିବାକୁ ଥିବା ସିରିଜର ଦ୍ବିତୀୟ ଟେଷ୍ଟରେ ଘରୋଇ ଟିମ କମବ୍ୟାକ୍‌ କରିବା ନେଇ ଆଶାବାଦୀ ଥିବା କହିଛନ୍ତି ଅମଲା ।

ସେଞ୍ଚୁରିଅନର ସୁପରସ୍ପୋର୍ଟ ପାର୍କରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଟିମ ୧୧୩ରନ୍‌ରେ ବିଜୟୀ ହେବାସହ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଫଳରେ ଦ୍ବିତୀୟ ଟେଷ୍ଟକୁ ଜିତି ପ୍ରଥମ ଥର ଦକ୍ଷିଣ ଆଫ୍ରିକା ମାଟିରେ ସିରିଜ କବ୍ଜା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ । ଅନ୍ୟପଟେ ଘରୋଇ ଟିମ ପାାଇଁ ଦ୍ବିତୀୟ ଟେଷ୍ଟ କର ବା ମର ସଦୃଶ ହେବ । କେବଳ ବିଜୟ କିମ୍ବା ଡ୍ର ଡିନ ଏଲଗାରଙ୍କ ଟିମକୁ ସିରିଜରେ ବଜାୟ ରଖିବ ।

ଏହାମଧ୍ୟ ପଢନ୍ତୁ: Sports in 2022: ଭାରତୀୟ କ୍ରିକେଟ ଟିମର ମ୍ୟାଚ୍‌ ସୂଚୀ

ପ୍ରଥମ ଟେଷ୍ଟରେ ଦମଦାର ଶତକୀୟ ଇଂନିସ ଖେଳିଥିବା ଭାରତୀୟ ଓପନର କେଏଲ ରାହୁଲ ଓ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିବା ମୟଙ୍କ ଅଗ୍ରୱାଲ ଦକ୍ଷିଣ ଆଫ୍ରିକା ବୋଲରଙ୍କ ପାଇଁ ଆହ୍ବାନ ହେବେ । ସେଞ୍ଚୁରିଅନ ପିଚ୍‌ରେ ବ୍ୟାଟ୍‌ର ରନ୍‌ କରିବାକୁ ସଂଘର୍ଷ କରୁଥିବାବେଳେ ଦୁଇ ଭାରତୀୟ ଓପନର ଶତକୀୟ ଭାଗିଦାରୀ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ ।

ତେବେ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ଅମଲା କହିଛନ୍ତି, ପ୍ରଥମ ଟେଷ୍ଟରେ ଭାରତ ସମସ୍ତ ବିଭାଗରେ ପ୍ରଭାବୀ ପ୍ରଦର୍ଶନ କରିଥିଲା । ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ସହ ୩୦୦ରୁ ଅଧିକ ସ୍କୋର କରିଥିଲା । ଏହାପରେ ୧୩୦ରନ୍‌ର ପ୍ରଥମ ଇଂନିଲ ଲିଡ୍‌ ପରାଜୟର କାରଣ ହେଲା । ମାତ୍ର ଦ୍ବିତୀୟ ଟେଷ୍ଟରେ ଘରୋଇ ଟିମ କମବ୍ୟାକ୍‌ କରିବ ବୋଲି ଆଶାବାଦୀ ।

ANI

ABOUT THE AUTHOR

...view details