ଓଡିଶା

odisha

ETV Bharat / sports

SA vs Ind: ସେଞ୍ଚୁରିଆନ ଟେଷ୍ଟରେ ବର୍ଷା ବାଧକ, ଦ୍ବିତୀୟ ଦିନ ଖେଳ ଆରମ୍ଭରେ ବିଳମ୍ବ - ଭାରତ ବ୍ୟାଟିଂରେ ବର୍ଷା ବାଧକ

ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବର୍ଷା ବାଧକ(delayed due to rain) । ସୁପର ସ୍ପୋର୍ଟ ପାର୍କ, ସେଞ୍ଚୁରିଆନ(centurion) ଗ୍ରାଉଣ୍ଡରେ ବର୍ଷା ଯୋଗୁଁ ଦ୍ବିତୀୟ ଦିନ ଖେଳ ଆରମ୍ଭ ବିଳମ୍ବ ହୋଇଛି । ଅଧିକ ପଢନ୍ତୁ

SA vs Ind, 1st Test: Start of Day 2 delayed due to rain
SA vs Ind: ସେଞ୍ଚୁରିଆନ ଟେଷ୍ଟରେ ବର୍ଷା ବାଧକ, ଦ୍ବିତୀୟ ଦିନ ଖେଳ ଆରମ୍ଭରେ ବିଳମ୍ବ

By

Published : Dec 27, 2021, 3:38 PM IST

ସେଞ୍ଚୁରିଆନ: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବର୍ଷା ବାଧକ(delayed due to rain) । ସୁପର ସ୍ପୋର୍ଟ ପାର୍କ, ସେଞ୍ଚୁରିଆନ(centurion) ଗ୍ରାଉଣ୍ଡରେ ବର୍ଷା ଯୋଗୁଁ ଦ୍ବିତୀୟ ଦିନ ଖେଳ ଆରମ୍ଭ ବିଳମ୍ବ ହୋଇଛି । ପିଚ୍‌ରେ କଭର ରହିଥିଲାବେଳେ ଆଉଟ୍‌ଫିଲ୍ଡ୍‌ ମଧ୍ୟ ଓଦା ରହିଛି । ଫଳରେ ପ୍ରଥମ ସେସନ ଖେଳ ସମ୍ଭବ ନେଇ ଆଶଙ୍କା ଦେଖାଦେଇଛି ।

ପ୍ରଥମ ଦିନରେ ବିରାଟ କୋହଲିଙ୍କ ଟିମ ଘରୋଇ ଟିମ ଉପରେ ପ୍ରଭାବୀ ପ୍ରଦର୍ଶନ କରିଥିଲା । ପ୍ରଥମ ଦିନ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଭ୍ରମଣକାରୀ ଭାରତୀୟ ଟିମ ୩ ୱିକେଟ ହରାଇ ୨୭୨ ରନ୍‌ ସଂଗ୍ରହ କରିନେଇଥିଲା । କେଏଲ ରାହୁଲ(୧୨୨*) ଓ ଅଜିଙ୍କ୍ୟ ରାହାଣେ(୪୦*) ଅପରାଜିତ ଅଛନ୍ତି । ଦ୍ବିତୀୟ ଦିନରେ ମଧ୍ୟ ବ୍ୟାଟ୍‌ରଙ୍କ କମାଲ ଆଶାରେ ରହିଛି ଟିମ ଇଣ୍ଡିଆ ।

ଏହାମଧ୍ଯ ପଢନ୍ତୁ: ସେଞ୍ଚୁରିଆନ ଟେଷ୍ଟ: ରାହୁଲଙ୍କ ଅପରାଜିତ ଶତକ ବଳରେ ଡ୍ରାଇଭର ସିଟ୍‌ରେ ଭାରତ

ମୟଙ୍କ ଅଗ୍ରୱାଲ ୬୦ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିବା ସହ ଓପନିଂ ଯୋଡିରେ କେଏଲ ରାହୁଲଙ୍କ ସହିତ ୧୧୭ ରନ୍‌ର ଭାଗିଦାରୀ କରିଥିଲେ । କ୍ୟାପଟେନ କୋହଲି ମଧ୍ୟ ଆକର୍ଷଣୀୟ ସଟ୍‌ମାନ ଖେଳି ପଡିଆରେ ଜମି ଆସୁଥିଲେ । ମାତ୍ର ୩୫ ରନ୍‌ର ବ୍ୟାଟିଂ କରୁଥିବା ସମୟରେ ଲୁଙ୍ଗି ନିଙ୍ଗିଡିଙ୍କ ଦ୍ବାରା ଆଉଟ୍‌ ହୋଇଥିଲେ ।

ANI

ABOUT THE AUTHOR

...view details