ଜୋହାନ୍ସବର୍ଗ:ଏକାଧିକ ଖେଳାଳି କୋରୋନା ସଂକ୍ରମିତ ହେବାପରେ ଆଇପିଏଲର 14ତମ ସଂସ୍କରଣକୁ ବିସିସିଆଇ ଅଧାରୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି । ଏହାପରେ ଆଇପିଏଲର କଡା ଜୈବ ସୁରକ୍ଷା ବଳୟକୁ କିପରି କୋରୋନା ଭେଦ କଲା ତାହା ସ୍ପଷ୍ଟ ହୋଇପାରୁନାହିଁ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଏହାର ସ୍ପଷ୍ଟ କାରଣ ରଖିପାରିନାହାନ୍ତି ।
କିପରି କଡା ଜୈବ ସୁରକ୍ଷା ବଳୟକୁ କୋରୋନା ଭେଦ କଲା ତାହା କହିବା କଷ୍ଟକର ବୋଲି ଗାଙ୍ଗୁଲି କହିଛନ୍ତି । ତେବେ ଏହା ମଧ୍ୟରେ ଆଇପିଏଲ ବାୟୋବବଲ ନେଇ ଦକ୍ଷିଣ ଆଫ୍ରିକାରୁ ଆସିଛି ଆଶ୍ବସ୍ଥିକର ଖବର । ଦକ୍ଷିଣ ଆଫ୍ରିକାର କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ତଥା ବର୍ତ୍ତମାନ ଟିମର ନିର୍ଦ୍ଦେଶକ ଗ୍ରେମ ସ୍ମିଥ କହିଛନ୍ତି, ଆଇପିଏଲ 2021 ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଦ୍ବାରା ତିଆରି ହୋଇଥିବା ବବଲରେ ଦକ୍ଷିଣ ଆଫ୍ରିକା ଖେଳାଳି ସୁରକ୍ଷିତ ଅନୁଭବ କରୁଥିଲେ ।