ଓଡିଶା

odisha

ETV Bharat / sports

ସୟଦ ମୁସ୍କାକ ଅଲୀ ଟ୍ରଫି: ଋତୁରାଜଙ୍କୁ ମିଳିଲା ମହାରାଷ୍ଟ୍ର ଟିମର ନେତୃତ୍ବ

ସୟଦ ମୁସ୍କାକ ଅଲୀ ଟ୍ରଫି ଟି-୨୦ ଟୁର୍ଣ୍ଣାମେଣ୍ଟରେ ମହାରାଷ୍ଟ୍ର ଟିମର ନେତୃତ୍ବ ନେବେ ଋତୁରାଜ ଗାଏକ୍ବାଡ । ଅଧିକ ପଢନ୍ତୁ...

By

Published : Oct 26, 2021, 4:01 PM IST

RUTURAJ GAIKWAD TO LEAD MAHARASHTRA IN SYED MUSHTAQ ALI T20
ସୟଦ ମୁସ୍କାକ ଅଲୀ ଟ୍ରଫି: ଋତୁରାଜଙ୍କୁ ମିଳିଲା ମହାରାଷ୍ଟ୍ର ଟିମର ନେତୃତ୍ବ

ପୁନେ: ଯୁବ ଭାରତୀୟ ବ୍ୟାଟ୍‌ର ଋତୁରାଜ ଗାଏକ୍ବାଡଙ୍କୁ ନୂଆ ଦାୟିତ୍ବ । ନଭେମ୍ବର ୪ରୁ ଆରମ୍ଭ ହେବାକୁ ଯାଉଥିବା ସୟଦ ମୁସ୍କାକ ଅଲୀ ଟ୍ରଫି ଟି-୨୦ ଟୁର୍ଣ୍ଣାମେଣ୍ଟରେ ମହାରାଷ୍ଟ୍ର ଟିମର ନେତୃତ୍ବ ନେବେ ଋତୁରାଜ । ମହାରାଷ୍ଟ୍ରକୁ ଏଲିଟ୍‌ ଗ୍ରୁପ୍‌ ଏ' ରେ ରଖାଯାଇଛି ।

ଋତୁରାଜ ଗାଏକ୍ବାଡଙ୍କ ଟିମ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ଲକ୍ଷ୍ନୌରେ ଖେଳିବ । ପ୍ରଥମ ମୁକାବିଲା ତାମିଲନାଡୁ ସହ ହେବ । ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଋତୁରାଜଙ୍କ ସହ ନୈଶାଦ ଶୈଖଙ୍କୁ ଉପ-ଅଧିନାୟକ ଚୟନ କରାଯାଇଛି । କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ରାହୁଲ ତ୍ରିପାଠୀ ଆହତ ସମସ୍ୟାରୁ ବାହାରି ପାରିନଥିବାରୁ ଟିମରେ ସାମିଲ କରାଯାଇନାହିଁ । ସିନିୟର ବ୍ୟାଟ୍‌ର କେଦାର ଯାଦବଙ୍କୁ ଟିମରେ ସାମିଲ କରାଯାଇଛି ।

ସୟଦ ମୁସ୍କାକ ଅଲୀ ଟ୍ରଫି ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ମହାରାଷ୍ଟ୍ର ଟିମ:

ଋତୁରାଜ ଗାଏକ୍ବାଡ(କ୍ୟାପଟେନ୍‌), ନୈଶାଦ ଶୈଖ(ଭାଇସ୍‌-କ୍ୟାପଟେନ), କେଦାର ଯାଦବ, ୟଶ ନାହର, ଅଜୀମ କାଜି, ରଞ୍ଜିତ ନିରମ, ସତ୍ୟଜିତ ବଛବ, ନରମଜିତ ସିଂହ, ମୁକେଶ ଚୌଧୁରୀ, ଆଶା ପାଲକର, ମନୋଜ ଇଙ୍ଗଲେ, ପ୍ରଦୀପ ଦାଧେ, ଶମଶୁଜାମା କାଜି, ସ୍ବାପ୍ରିଲ ଫୁଲପାଗର, ଦିବ୍ୟାଙ୍ଗ୍‌ ହିଙ୍ଗାନେକର, ସୁନୀଲ ଯାଦବ, ଧନରାଜସିଂହ ପରଦେଶୀ, ସ୍ବପ୍ନିଲ ଗୁଗଲେ, ପବନ ଶାହ ଓ ଜଗଦୀଶ ଜୋପ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details