ଅହମ୍ମଦାବାଦ: ଆଇପିଏଲର 25ତମ ମୁକାବିଲା କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 154 ରନ୍ ସଂଗ୍ରହ କରିଛି କେକେଆର । ଫଳରେ ଦିଲ୍ଲୀ ସାମ୍ନାରେ 155 ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଦିଲ୍ଲୀ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । 16.2 ଓଭରରେ 109 ରନ୍ରେ 6 ୱିକେଟ ହରାଇ ସଂକଟରେ ପଡିଥିଲା କେକେଆର । ତେବେ ଅଲରାଉଣ୍ଡର ରସେଲଙ୍କ ଧୁଆଁଧାର 45 ରନ୍ର ଇଂନିସ ବଳର 154 ରନ୍ର ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା । ରସେଲଙ୍କ ଏହି ଇଂନିସରେ 27 ବଲ୍ରୁ 2 ଚୌକା ଓ 4 ଛକା ସାମିଲ ରହିଛି ।