ବର୍ମିଂହାମ: ଭାରତୀୟ କ୍ରିକେଟ ଅଧିନାୟକ ରୋହିତ ଶର୍ମା କୋରୋନାରୁ ସୁସ୍ଥ ହୋଇଛନ୍ତି । ରବିବାର ତାଙ୍କ କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି । ବର୍ତ୍ତମାନ ସେ ଆସୋଲେସନରୁ ବାହାରି ଦଳରେ ସାମିଲ ହୋଇଛନ୍ତି । କୋରୋନାରେ ଆକ୍ରାନ୍ତ କାରଣରୁ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ପୂର୍ବରୁ ସେ ଆସିସୋଲେସରେ ଥିଲେ । ତେଣୁ ଜଶପ୍ରୀତ ବୁମରା ଦଳର ନେତୃତ୍ବ ନେଇଛନ୍ତି ।
କୋରୋନାରୁ ସୁସ୍ଥ ହେଲେ ରୋହିତ - ରୋହିତ ଶର୍ମା
ଭାରତୀୟ କ୍ରିକେଟ ଅଧିନାୟକ ରୋହିତ ଶର୍ମା କୋରୋନାରୁ ସୁସ୍ଥ ହୋଇଛନ୍ତି । ରବିବାର ତାଙ୍କ କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି । ଅଧିକ ପଢନ୍ତୁ
କୋରୋନାରୁ ସୁସ୍ଥ ହେଲେ ରୋହିତ
BCCIର ଜଣେ ଅଧିକାରୀ କହିଛନ୍ତି ରୋହିତଙ୍କ ରିପୋର୍ଟ ନେଗେଟିଭ ଆସିଛି । ସେ କ୍ବାରେଣ୍ଟାଇନରୁ ବାହାରି ଦଳରେ ଯୋଗ ଦେଇଛନ୍ତି । ମାତ୍ର ସେ କୌଣସି ମ୍ୟାଚ ଖେଳିବେ ନାହିଁ । ତାଙ୍କୁ ସମ୍ପୂର୍ଣ୍ଣ ଫିଟ ହେବାକୁ କିଛି ସମୟ ଲାଗିବ । କୋଭିଡ ପରେ ତାଙ୍କ ଫୁସଫୁସ ଆଦି କିଛି ପରୀକ୍ଷା କରାଯିବ ବୋଲି କହିଛନ୍ତି BCCI ଅଧିକାରୀ ।
ଆସନ୍ତା 7ତାରିଖରୁ ଭାରତ-ଇଂଲଣ୍ଡ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ । ଦଳର ନେତୃତ୍ବ ନେବେ ରୋହିତ । ଏହା ପରେ ପୁଣି ଇଂଲଣ୍ଡ ବିପକ୍ଷ 3 ଟିକିଆ ଦିନିକିଆ ରହିଛି । ଏହା ପୂର୍ବରୁ ରୋହିତଙ୍କୁ ସମ୍ପୂର୍ଣ୍ଣ ଫିଟ ହେବାକୁ ପଡିବ ।