ଓଡିଶା

odisha

Ind vs SA: ହଟିଲେ କୋହଲି, ODI ଅଧିନାୟକ ହେଲେ ରୋହିତ

ବିସିସିଆଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି । ଭାରତୀୟ ଓପନର ରୋହିତ ଶର୍ମା ଦିନିକିଆ ଦଳର ଅଧିନାୟକ ଘୋଷିତ ହୋଇଛନ୍ତି । ସେପଟେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ରୋହତ ଶର୍ମାଙ୍କୁ ଉପଅଧିନାୟକ ଦାୟିତ୍ବ ଦିଆଯାଇଛି । ଅଧିକ ପଢ଼ନ୍ତୁ

By

Published : Dec 8, 2021, 8:40 PM IST

Published : Dec 8, 2021, 8:40 PM IST

Ind vs SA: ଭାରତୀୟ ଦଳ ଘୋଷିତ, କୋହଲିଙ୍କ ସ୍ଥାନରେ ଦିନିକିଆ ଦଳର ଅଧିନାୟକ ହେଲେ ରୋହିତ ଶର୍ମା
Ind vs SA: ଭାରତୀୟ ଦଳ ଘୋଷିତ, କୋହଲିଙ୍କ ସ୍ଥାନରେ ଦିନିକିଆ ଦଳର ଅଧିନାୟକ ହେଲେ ରୋହିତ ଶର୍ମା

ମୁମ୍ବାଇ: ବିସିସିଆଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି । ଭାରତୀୟ ଓପନର ରୋହିତ ଶର୍ମା ଦିନିକିଆ ଦଳର ଅଧିନାୟକ ଘୋଷିତ ହୋଇଛନ୍ତି । ସେପଟେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ରୋହତ ଶର୍ମାଙ୍କୁ ଉପଅଧିନାୟକ ଦାୟିତ୍ବ ଦିଆଯାଇଛି । ଏହି କ୍ରମରେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ଆହତ ଜନିତ ସମସ୍ୟା ଯୋଗୁଁ ଦଳରୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ବାଦ୍‌ ପଡ଼ିଛନ୍ତି ।

ଡିସେମ୍ବର ୨୬ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଟେଷ୍ଟ ସିରିଜ୍‌ ଆରମ୍ଭ ହେବ । ଏହି କ୍ରମରେ ଭାରତ ଆସନ୍ତା ବର୍ଷ ଜାନୁଆରୀ ୧୯ ତାରିଖରୁ ଦିନିକିଆ ସିରିଜ୍‌ ମଧ୍ୟ ଖେଳିବ । ତେବେ ଟି-୨୦ ସହ ଦିନିକିଆ ଦଳର ଦାୟିତ୍ବ ରୋହତ ଶର୍ମା ସମ୍ଭାଳିବେ । ବିରାଟ କୋହଲି କେବଳ ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକ ରହିବେ । ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ୩ଟି ଟେଷ୍ଟ ସହ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ ।

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୪ ଜଣ ଷ୍ଟାଣ୍ଡବାଇ ଖେଳାଳି ଭାବରେ ଦଳରେ ରହିଛନ୍ତି । ନବଦୀପ ସାଇନି, ସୌରଭ କୁମାର, ଦୀପକ ଚହର ଓ ଅର୍ଜନ ନାଗାସ୍ବାଲା ଷ୍ଟାଣ୍ଡବାଇ ତାଲିକାରେ ରହିଛନ୍ତି ।

ହନୁମା ବିହାରି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହିଭଳି ଅଶ୍ବିନଙ୍କ ସହ ଆଉ ଜଣେ ସ୍ପିନର ଭାବରେ ଜୟନ୍ତ ଯାଦବ ଦଳରେ ସାମିଲ ହୋଇଛନ୍ତି । ସୂର୍ଯ୍ୟ କୁମାର ଯାଦବ, ଓ ପ୍ରସିଦ୍ଧ କ୍ରୀଷ୍ଣାଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଏହ ଦୁହେଁ ଇଂଲଣ୍ଡ ବିପକ୍ଷରେ ସିରିଜରୁ ଭାରତୀୟ ଦଳ ସହ ରହିଥିଲେ ।

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତ ଟେଷ୍ଟ ସ୍କ୍ବାଡ୍‌

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ-ଅଧିନାୟକ), କେ.ଏଲ. ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର, ହନୁମା ବିହାରୀ, ଋଷଭ ପନ୍ତ, ଋଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ବିନ, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details