ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମକୁ ନେଇ ପୂର୍ବତନ ୱେଷ୍ଟଇଣ୍ଡିଜ କ୍ୟାପଟେନ ଡାରେନ ସାମିଙ୍କ ବଡ ବୟାନ । ରୋହିତ ଜଣେ ଦକ୍ଷ ଓ ପ୍ରେରଣାଦାୟକ ଲିଡର, ରୋହିତଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ସୁରକ୍ଷିତ ହାତରେ ରହିଛି । ବିରାଟ କୋହଲିଙ୍କ ଅଧିନାୟକ ବିବାଦ ଭାରତୀୟ ଟିମର ମନୋବଳକୁ ପ୍ରଭାବିତ କରିବନାହିଁ । ଏହା କହିଛନ୍ତି ପୂର୍ବତନ କାରବିୟନ କ୍ରିକେଟର ଡାରେନ ସାମି ।
ଏହାମଧ୍ୟ ପଢନ୍ତୁ: ରଣଜୀ ଟ୍ରଫି ପାଇଁ BCCIର ଗ୍ରୀନ ସିଗନାଲ୍, ଏଥର ଦୁଇଟି ପର୍ଯ୍ୟାୟ
ସମସ୍ତ ଫର୍ମାଟରେ ବିରାଟ କୋହଲିଙ୍କ ଅଧିନାୟକତ୍ବ ସମୟ ଶେଷ ହେବାପରେ ଭାରତୀୟ ଟିମରେ ପରିବର୍ତ୍ତନର ସମୟ ଚାଲୁ ରହିଛି । ଚଳିତ ମାସ ଆରମ୍ଭରେ କୋହଲି ନିଜର ୭ ବର୍ଷର ଟେଷ୍ଟ ଅଧିନାୟକ କାର୍ଯ୍ୟକାଳକୁ ଶେଷ କରିଥିଲେ । ପୂର୍ବରୁ ଟି-୨୦ ଅଧିନାୟକ ପଦ ଛାଡିବାର ଗୋଟିଏ ମାସପରେ ODI ଅଧିନାୟକ ପଦରୁ ତାଙ୍କୁ ହଟାଯାଇଥିଲା ।