ଓଡିଶା

odisha

ETV Bharat / sports

ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ହିଟ୍‌ମ୍ୟାନ, କହିଲେ ବର୍ତ୍ତମାନର ଫର୍ମକୁ ନେଇ ଖୁସି ଅଛି - ଅଧିନାୟକ ରୋହିତ ଶର୍ମା ୫୧ ରନର ପାଳି ଖେଳିଥିଲେ

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୫୧ ରନର ପାଳି ଖେଳିଥିଲେ । ଏହାପରେ ଭାରତୀୟ ଅଧିନାୟକଙ୍କ ବହୁ ଦିନରୁ ଚାଲିଥିବା ଖରାପ ଫର୍ମ ଓ ୩ ବର୍ଷରେ କୌଣସି ଶତକ ହାସଲ କରିପାରୁନଥିବା ନେଇ ପ୍ରଶ୍ନ ଉଠିଥିଲା । ତେବେ ରୋହିତ ଶର୍ମା ନିଜର ପ୍ରତିକ୍ରିୟାରେ ବର୍ତ୍ତମାନର ଫର୍ମକୁ ନେଇ ଖୁସି ଥିବା କହିଛନ୍ତି । ଅଧିକ ପଢ଼ନ୍ତୁ

ଭାରତୀୟ ଅଧିନାୟକ ରୋହିତ ଶର୍ମା
ଭାରତୀୟ ଅଧିନାୟକ ରୋହିତ ଶର୍ମା

By

Published : Jan 23, 2023, 1:14 PM IST

ହାଇଦ୍ରାବାଦ: ରାୟପୁରରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ୮ ୱିକେଟ୍‌ରେ ହରାଇ ସିରିଜ କବ୍‌ଜା କରିଛି ଘରୋଇ ଭାରତ । ୧୦୯ ରନ ବିଜୟ ଲକ୍ଷରେ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ୫୧ ରନର ପାଳି ଖେଳିଥିଲେ । ମ୍ୟାଚ୍‌ ପରେ କିନ୍ତୁ ଭାରତୀୟ ଅଧିନାୟକଙ୍କ ବହୁ ଦିନରୁ ଚାଲିଥିବା ଖରାପ ଫର୍ମ ଓ ୩ ବର୍ଷରେ କୌଣସି ଶତକ ହାସଲ କରିପାରୁନଥିବା ନେଇ ପ୍ରଶ୍ନ ଉଠିଥିଲା । ତେବେ ଏନେଇ ରୋହିତ ଶର୍ମା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ବର୍ତ୍ତମାନର ଫର୍ମକୁ ନେଇ ଖୁସି ଥିବା କହିଛନ୍ତି ।

ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ହିଟ୍‌ମ୍ୟାନ

ବିରାଟ କୋହଲିଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଦାୟିତ୍ବରେ ଥିବା ରୋହିତ ଶର୍ମା ଦିନିକିଆରେ ୧୯ ଜାନୁଆରି ୨୦୨୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଶେଷ ଶତକ ହାସଲ କରିଥିଲେ । ଏହା ପରଠାରୁ ହିଟ୍‌ମ୍ୟାନ ଲୟରେ ନଜର ଆସୁନାହାନ୍ତି । ତେବେ ସେ ବହୁ ଦିନରୁ ଶତକ ହାସଲ କରିପାରୁନଥିବା ନେଇ କହିଛନ୍ତି ଯେ, ସେ ନିଜ ଖେଳ ବଦଳାଇବାକୁ ଚେଷ୍ଟା ଜାରି ରଖିଛନ୍ତି ଓ ପ୍ରଥମରୁ ହିଁ ପ୍ରତିପକ୍ଷ ବୋଲରଙ୍କ ଉପରେ ଚାପ ପକାଉଛନ୍ତି । କାରଣ ବିପକ୍ଷ ଦଳ ଉପରେ ଚାପ ସୃଷ୍ଟି କରିବା ନିହାତି ଆବଶ୍ୟକ ।

ରୋହିତ ଶର୍ମା କହିଛନ୍ତି, "ମୁଁ ଜାଣିଛି ଯେ ଦୀର୍ଘ ଦିନରୁ ମୁଁ ବଡ଼ ସ୍କୋର କରିପାରିନି । କିନ୍ତୁ ଏନେଇ ମୁଁ ଚିନ୍ତିତ ନୁହେଁ । ମୁଁ ନିଜ ବ୍ୟାଟିଂକୁ ନେଇ ସନ୍ତୁଷ୍ଟ ଅଛି ଓ ନିଜର ପ୍ରଦର୍ଶନରେ ମଧ୍ୟ ଖୁସି ଅଛି । ଏବେ ଖୁବଶୀଘ୍ର ବଡ଼ ସ୍କୋର ମଧ୍ୟ କରିବି ।" ଅନ୍ୟପକ୍ଷରେ ଭାରତୀୟ ଦଳ ମଧ୍ୟ ଅଧିନାୟକଙ୍କ ଫର୍ମକୁ ଅପେକ୍ଷା କରିଛନ୍ତି । ବିଶ୍ବ କ୍ରିକେଟ୍‌ରେ ହିଟ୍‌ମ୍ୟାନ ଭାବେ ଜଣାଶୁଣା ରୋହିତ ଶର୍ମା ଦିନିକିଆରେ ୧୦ ହଜାର ରନ ପୂରଣ କରିବାର ମଧ୍ୟ ଖୁବ ନିକଟତର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details