ହାଇଦ୍ରାବାଦ:ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇଲେ ରୋହିତ ଶର୍ମା । ବାବର ଆଜମଙ୍କ ଏକ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି ଭାରତୀୟ ଅଧିନାୟକ । ୨୦୨୧ରେ ବାବର ଆଜମଙ୍କ ନେତୃତ୍ବରେ ପାକିସ୍ତାନ ଟିମ ନାମରେ ୨୦ଟି ଟି୨୦ ମ୍ୟାଚ ଜିତିବାର ରେକର୍ଡ ରହିଥିଲା । ତେବେ ଏହି ରେକର୍ଡକୁ ପଛରେ ପକାଇଛନ୍ତି ହିଟମ୍ୟାନ୍ । ବର୍ଷ ୨୦୨୨ରେ ରୋହିତଙ୍କ ନେତୃତ୍ବରେ ୨୧ ଟି୨୦ ମ୍ୟାଚରେ ବିଜୟୀ ହାସଲ କରିଛି ଭାରତୀୟ ଟିମ । ଜିମ୍ବାୱେ ବିପକ୍ଷରେ ମ୍ୟାଚ୍ ଜିତିବା ପରେ ରୋହିତ ଶର୍ମା ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ।
ପାକିସ୍ତାନ ଅଧିନାୟକଙ୍କୁ ପଛରେ ପକାଇଲେ ରୋହିତ - ରୋହିତ ଶର୍ମା
୨୦୨୧ ମସିହାରେ ବାବର ଆଜମଙ୍କ ନେତୃତ୍ବରେ ୨୦ଟି ଟି୨୦ ମ୍ୟାଚ୍ ଜିତିବାର ରେକର୍ଡ ରହିଥିଲା । ତେବେ ଏହି ରେକର୍ଡକୁ ପଛରେ ପକାଇଛନ୍ତି ହିଟମ୍ୟାନ୍ । ଅଧିକ ପଢନ୍ତୁ
ସୁପର ୧୨ ପର୍ଯ୍ୟାୟର ଶେଷ ମ୍ୟାଚରେ ମେନ ଇନ୍ ବ୍ଲୁ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଗ୍ରୁପ ୨ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅକ୍ତିଆର କରିଛି ଟିମ୍ ଇଣ୍ଡିଆ । ସବୁଠୁ ବଡ କଥା ହେଲା ସୁପର ୧୨ ପର୍ଯ୍ୟାୟର ଦୁଇଟି ଗ୍ରୁପ ମଧ୍ୟରୁ ଭାରତ ସର୍ବାଧିକ ୮ ପଏଣ୍ଟ ହାସଲ କରିବାରେ ସଫଳ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୬ ରନ୍ କରିଥିଲା । ଏହାକ ଜବାବରେ ଜିମ୍ବାୱେ ୧୭.୨ ଓଭରରେ ୧୧୫ ରନ୍ କରି ଅଲ୍ଆଉଟ ହୋଇଯାଇଥିଲା ।
୧୮୭ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଜିମ୍ବାୱେ । ହେଲେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂରେ ଧରାଶୟୀ ହୋଇଥିଲେ ଜିମ୍ବାୱେ ବ୍ୟାଟର । ଜିମ୍ବାୱେ ଟିମର ନିୟମିତ ବ୍ୟାବଧାନରେ ୱିକେଟ ପତନ ଘଟିଥିଲା । ସିକନ୍ଦର ରାଜା ଓ ର୍ୟାନ୍ ବର୍ଲଙ୍କ ଲଢୁଆ ଇନିଂସ ବଳରେ ଦଳ ୧୧୫ ରନ କରିବାରେ ସକ୍ଷମ ହୋଇପାରିଥିଲା । କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ୧୮୬ ରନ କରିବାରେ ସକ୍ଷମ ହୋଇପାରିଥିଲା । ସୂର୍ଯ୍ୟକୁମାର ପୁଣି ଏକ ୬୧ ରନ୍ର ଆକର୍ଷଣୀୟ ଇଂନିସ ଖେଳିଥିଲେ । କେଏଲ ରାହୁଲ ୫୧ ରନର ଧୂଆଁଧାର ଇନିଂସ ଖେଳିଥିଲେ ।