ଦୁବାଇ:ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ବକପ୍ । ଏହି ଟୁର୍ଣ୍ଣାମେଣ୍ଟରେ ୨୦୦୭ ଇତିହାସ ପୁନଃର୍ବାର ଟିମ୍ ଇଣ୍ଡିଆ ଦେହରାଇବ ବୋଲି କହିଛନ୍ତି ଭାରତୀୟ ଓପନର ରୋହିତ ଶର୍ମା । ଏହାକୁ ନେଇ ସେ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫଟୋ ଭିଡିଓ ସେୟାର କରିଛନ୍ତି । ଭାରତ ପ୍ରଥମ ମ୍ୟାଚ ଚୀର ପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ଖେଳିବ । ଏହି ମ୍ୟାଚରୁ ହିଁ ବିଜୟ ଅଭିଯାନ ଆରମ୍ଭ କରିବ ଭାରତ ବୋଲି କହଛନ୍ତି ରୋହିତ ଶର୍ମା । ରୋହିତଙ୍କ ସ୍ବରରେ ସ୍ବର ମିଳାଇଛନ୍ତି ଭାରତୀୟ ଟିମ୍ର ନବାଗତ ସୂର୍ଯ୍ୟକୁମାର ଯାଦବ ।
ଏକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରୋହିତ ଶର୍ମା ଫଟୋ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, "ସେପ୍ଟେମ୍ବର ୨୪ ତାରିଖ ୨୦୦୭ ମସିହାରେ କୋଟିକୋଟି ଭାରତୀୟଙ୍କ ସ୍ବପ୍ନ ପୂରଣ ହୋଇଥିଲା । ଏକ ଅନଭିଜ୍ଞ ଭାରତୀୟ ଦଳ ଟି-୨୦ ବିଶ୍ବକପ୍ ଜିତିବ ବୋଲି କେହି କେବେ ଚିନ୍ତା କରିନଥିଲେ । ସେତେବେଳର ଯୁବ ଦଳ ଏକ ଇତିହାସ ସୃଷ୍ଟି କରିଥିଲେ । ଏହାରି ମଧ୍ୟରେ ୧୪ ବର୍ଷ ବିତି ଯାଇଛି । ଏହାରି ମଧ୍ୟରେ ଆମେ ଅନେକ ଇତିହାସ ସୃଷ୍ଟି କରିଛୁ । ଅଭ୍ୟାସ, କଡ଼ା ସଂଘର୍ଷ, ବିଫଳ ମଧ୍ୟ ହୋଇଛୁ । ହେଲେ ଆମେ ଭାଙ୍ଗି ପଡ଼ିନୁ । ଆମେ ସବୁ ଦେବାକୁ ପୁନଃ ପ୍ରସ୍ତୁତ ।"
୨୦୦୭ ମସିହା ବିଶ୍ବକପ ବିଜୟୀ ଧୋନୀ ବ୍ରିଗେଡର ଜଣେ ସଦସ୍ୟ ଥିଲେ ରୋହିତ ଶର୍ମା । ଫାଇନାଲ ମ୍ୟାଚରେ ରୋହିତ ଶର୍ମା ୩୦ ରନ୍ ମଧ୍ୟ କରିଥିଲେ । ରୋହିତଙ୍କ ଧୂଆଧାର ବ୍ୟାଟିଂ ଷ୍ଟାଇଲ ଯୋଗୁଁ ହିଟମ୍ୟାନ ଭାବରେ ପରଚୟ ଲାଭ କରିଛନ୍ତି । ଆଉ ଏକ ପୋଷ୍ଟ କରି ଆମେ ରୋହିତ ଶର୍ମା କହିଛନ୍ତି ଯେ, "ଆମେ ପୁଣି ଆସୁଛୁ । ପୁଣି ଥରେ ଇତିହାସ ସୃଷ୍ଟି ହେବ । ଏଥିପାଇଁ ଆମେ ସବୁକିଛି କରିବୁ ।"