ଓଡିଶା

odisha

ETV Bharat / sports

INDvsBAN: ଏହି ଦୁଇ ଜଣ ଖେଳାଳି ଦ୍ୱିତୀୟ ଟେଷ୍ଟରୁ ପଡିଲେ ବାଦ

ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତକୁ ଝଟକା ଲାଗିଛି । ପ୍ରଥମେ ରୋହିତ ଶର୍ମା ବାଦ ହେବା ପରେ ଏବେ ନବଦୀପ ସାଇନି ମଧ୍ୟ ଦ୍ବିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି । ଅଧିକ ପଢନ୍ତୁ

INDvsBAN: ଏହି ଦୁଇ ଜଣ ଖେଳାଳି ଦ୍ବିତୀୟ ଟେଷ୍ଟରୁ ପଡିଲେ ବାଦ
INDvsBAN: ଏହି ଦୁଇ ଜଣ ଖେଳାଳି ଦ୍ବିତୀୟ ଟେଷ୍ଟରୁ ପଡିଲେ ବାଦ

By

Published : Dec 20, 2022, 9:06 PM IST

ହାଇଦ୍ରାବାଦ:ପିଛା ଛାଡୁନି ଭାରତୀୟ କ୍ରିକେଟ ଟିମର ଆହତ ସମସ୍ୟା । ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତକୁ ଝଟକା ଲାଗିଛି । ଆହତ କାରଣରୁ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ମ୍ୟାଚରେ ବାଦ ପଡିଥିବା ବେଳେ ଦ୍ବିତୀୟ ଟେଷ୍ଟ ମ୍ୟାଚରୁ ମଧ୍ୟ ବାଦ ପଡିଛନ୍ତି । ସେହିପରି ରୋହିତଙ୍କ ବଦଳରେ ଦଳରେ ସ୍ଥାନ ପାଇଥିବା ନବଦୀପ ସାଇନି ମଧ୍ୟ ଦ୍ବିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି । ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ ଡିସେମ୍ବର ୨୨ ତାରିଖରେ ଖେଳାଯିବ । ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ ରେ ଆଗୁଆ ରହିଛି ।

ଅଧିନାୟକ ରୋହିତ ଶର୍ମା ଏବେବି ବିସିସିଆଇ ମେଡିକାଲ ଟିମ ହେପାଜତରେ ରହିଛନ୍ତି । ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଫିଟ୍ ନାହାଁନ୍ତି ବୋଲି ମେଡିକାଲ ଟିମ କହିଛି । ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଫିଟ୍ ହେବାକୁ ଆହୁରି ସମୟ ଲାଗିବ ବୋଲି ବିସିସିଆଇ ସୂଚନା ଦେଇଛି । ସେହପରି ନବଦୀପ ସାଇନି ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯେଉଁ କାରଣରୁ ତାଙ୍କୁ ଦ୍ବିତୀୟ ଟେଷ୍ଟ ମ୍ୟାଚରୁ ବାଦ ଦିଆଯାଇଛି । ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ ଯିବେ ନବଦୀପ ସାଇନି । ସେଠାରେ ମେଡାକାଲ ଟିମ ତାଙ୍କର ଯାଞ୍ଚ କରିବ ।

ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି ( India vs Bangladesh first test ) । 188ରନରେ ପ୍ରଥମ ଟେଷ୍ଟକୁ ଜିତି ନେଇଛି ଟିମ୍‌ ଇଣ୍ଡିଆ । ଦ୍ବିତୀୟ ପାଳିରେ 513 ରନ୍‌ ପିଛା କରୁଥିବା ବାଂଲାଦେଶ 324ରନ୍‌ କରିବାକୁ ସକ୍ଷମ ହୋଇଥିଲା । ପରାଜୟ ଏଡାଇବାକୁ ଯେତେ ସଂଘର୍ଷ କରିଥିଲେ ବି ଦଳ ବିଫଳ ହୋଇଥିଲା । ଦଳ ଉପରେ ପରାଜୟର ବାଦଲ ଖେଳି ଯାଇଥିଲା । ବାଂଲାଦେଶ ବ୍ୟାଟରଙ୍କୁ ଧରାଶାୟୀ କରିଥିଲେ ଭାରତୀୟ ବୋଲର । ଅକ୍ଷର ପଟେଲ 77ରନ ଦେଇ 4ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରଥମ ଇନିଂସରେ କୁଳଦୀପ ଯାଦବ 5ଟି ୱିକେଟ ହାସଲ କରିଥିବାବେଳେ ଦ୍ବିତୀୟ ଇନିଂସରେ 3ଟି ୱିକେଟ ହାସଲ କରିଛନ୍ତି । ପ୍ରଥମ ଟେଷ୍ଟ ବିଜୟ ସହ 1-0ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ ।

ପ୍ରକାଶ ଥାଉକି, ବାଂଲାଦେଶ ପ୍ରଥମ ଇନିଂସରେ ୧୫୦ କରି ଅଲଆଉଟ ହୋଇଥିଲା । ଭାରତ ପ୍ରଥମ ଇନିଂସରେ ୪୦୪ ରନ କରି ଅଲ ଆଉଟ ହୋଇଥିଲା । ଦ୍ବିତୀୟ ଇନିଂସରେ ଭାରତ ୨ ୱିକେଟ ହରାଇ ୨୫୮ ରନ କରି ପାଳି ଘୋଷଣା କରିଥିଲା । ବାଂଲାଦେଶକୁ ୫୧୨ ରନ ଟାର୍ଗେଟ ଦେଇଥିଲା ଭାରତ । ବାଂଲାଦେଶ ମାତ୍ର 324 ରନ୍‌ ହିଁ କରି ପାରିଥିଲା ।

ABOUT THE AUTHOR

...view details