ଓଡିଶା

odisha

By

Published : Jan 20, 2022, 3:48 PM IST

ETV Bharat / sports

ICC Men's Test Team Of 2021: ଟିମରେ ୩ ଭାରତୀୟ, ୱିଲିୟମସନ ଅଧିନାୟକ

୨୦୨୧ ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ ଟିମ(ICC Men's Test Team) ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) । ଏହି ଟିମରେ ୩ ଜଣ ଭାରତୀୟ ଖେଳାଳି-ରୋହିତ ଶର୍ମା, ଋଷଭ ପନ୍ତ ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସ୍ଥାନ ମିଳିଛି । ଅଧିକ ପଢନ୍ତୁ

Rohit, Rishabh Pant and Ashwin named in ICC Men's Test Team of 2021
2021 ବର୍ଷର ICC ଶ୍ରେଷ୍ଠ ପୁରୁଷ ଟେଷ୍ଟ ଟିମରେ ୩ ଭାରତୀୟ

ଦୁବାଇ:୨୦୨୧ ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ ଟିମ (ICC Men's Test Team 2021) ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) । ଏହି ଟିମରେ ୩ଜଣ ଭାରତୀୟ ଖେଳାଳି-ରୋହିତ ଶର୍ମା, ଋଷଭ ପନ୍ତ ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସ୍ଥାନ ମିଳିଛି । କେନ ୱିଲିୟମସନଙ୍କୁ ICC ଟେଷ୍ଟ ଟିମ ୨୦୨୧ର ଅଧିନାୟକ ଚୟନ କରାଯାଇଛି । ୱିଲିୟମସନଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ, ଭାରତକୁ ହରାଇ ଗତବର୍ଷ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ବିଜେତା ହୋଇଥିଲା । ଟିମରେ ସ୍ଥାନ ପାଇଥିବା ୩ ଭାରତୀୟଙ୍କ ବ୍ୟତୀତ ୩ଜଣ ପାକିସ୍ତାନୀ ଖେଳାଳି, ଜଣେ ଅଷ୍ଟ୍ରେଲୀୟ, ଜଣେ ଶ୍ରୀଲଙ୍କା ଓ ଜଣେ ଇଂଲଣ୍ଡ ଖେଳାଳି ସ୍ଥାନ ପାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Ind Vs Sa 1st ODI: ବିଦେଶରେ ସର୍ବାଧିକ ଦିନିକିଆ ରନ, ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

କ୍ରିକେଟର ଲମ୍ବା ଫର୍ମାଟରେ ଓପନର ଭାବେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ରୋହିତ ଶର୍ମା । ଗତ କ୍ୟାଲେଣ୍ଡର ବର୍ଷରେ ୪୭.୬୮ ଆଭରେଜରେ ଦୁଇଟି ଶତକ ସହାୟତାରେ ୯୦୬ ରନ୍‌ ସଂଗ୍ରହ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଆହ୍ବାନପୂର୍ଣ୍ଣ ପରିବେଶରେ ରୋହିତଙ୍କ ଦୁଇଟିଯାକ ଶତକୀୟ ଇଂନିସ ରହିଛି । ଗୋଟିଏ ଚେନ୍ନାଇରେ ଓ ଅନ୍ୟଟି ପ୍ରତିକୂଳ ପାଗରେ ଓଭାଲରେ ଶତକ ହାସଲ କରିଥିଲେ । ୨୦୨୨ରେ ରୋହିତ ଭାରତୀୟ ଟିମରେ ପ୍ରମୁଖ ଭୁମିକା ନିଭାଇବାକୁ ଯାଉଛନ୍ତି ।

ଋଷଭ ପନ୍ତ ସମସ୍ତ ଫର୍ମାଟରେ ଭାରତର ପ୍ରଥମ ପସନ୍ଦ ୱିକେଟ କିପର ବ୍ୟାଟ୍‌ର ଭାବେ ନିଜ ସ୍ଥାନ ପକ୍କା କରିଛନ୍ତି । ଟେଷ୍ଟ କ୍ରିକେଟରେ ପନ୍ତଙ୍କ ପ୍ରଦର୍ଶନ ବେଶ ପ୍ରଭାବୀ ରହିଛି । ସେ ୧୨ଟି ମ୍ୟାଚ୍‌ରୁ ୩୯.୩୬ ଆଭରେଜରେ ୭୪୮ ରନ୍‌ ସଂଗ୍ରହ କରିଛନ୍ତି । ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ ସ୍ମରଣୀୟ ଶତକୀୟ ଇଂନିସ । ଏଥିସହ ୱିକେଟ କିପିଂରେ ଅନେକ ସୁଧାର କରିବା ସହିତ ୨୩ ଇଂନିସରୁ ୱିକେଟ ପଛରେ ୩୯ ଶିକାର ମଧ୍ୟ ନିଜ ନାମରେ କରିଛନ୍ତି ।

ସେହିପରି ଅଫ-ସ୍ପିନର ଅଶ୍ବିନ ୯ଟି ମ୍ୟାଚ୍‌ରୁ ୧୬.୬୪ ଆଭରେଜରେ ୫୪ ୱିକେଟ ଅକ୍ତିଆର କରିଛନ୍ତି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ ବେଶ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଅଶ୍ବିନ । କେବଳ ବଲ୍‌ ନୁହେଁ ବର୍‌ ବ୍ୟାଟ୍‌ରେ ମଧ୍ୟ କମାଲ କରିଛନ୍ତି ଅଶ୍ବିନ । ୨୫.୩୫ ଆଭରେଜରେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଶତକୀୟ ଇଂନିସ ସମେତ ୩୫୫ ରନ୍‌ ସଂଗ୍ରହ କରିଛନ୍ତି ।

ICC ପୁରୁଷ ଟେଷ୍ଟ ଟିମ ୨୦୨୧: ଦିମୁଖ କରୁଣାରତ୍ନେ(ଶ୍ରୀଲଙ୍କା), ରୋହିତ ଶର୍ମା(ଭାରତ), କେନ୍‌ ୱିଲିୟମସନ(କ୍ୟାପଟେନ, ନ୍ୟୁଜିଲାଣ୍ଡ), ମାର୍ନସ ଲାବୁସେନ(ଅଷ୍ଟ୍ରେଲିଆ), ଜୋ ରୁଟ୍‌(ଇଂଲଣ୍ଡ), ଫୱାଦ ଆଲାମ(ପାକିସ୍ତାନ), ଋଷଭ ପନ୍ତ(ଭାରତ), ରବିଚନ୍ଦ୍ରନ ଅଶ୍ବିନ(ଭାରତ), କେଏଲ ଜେମିସଏସନ(ନ୍ୟୁଜିଲାଣ୍ଡ), ସାହିନ ଶାହ ଆଫ୍ରିଦୀ(ପାକିସ୍ତାନ), ଓ ହସନ ଅଲୀ(ପାକିସ୍ତାନ) ।

ABOUT THE AUTHOR

...view details