ଓଡିଶା

odisha

ETV Bharat / sports

BCCI Election: ବିସିସିଆଇ ଅଧ୍ୟକ୍ଷ ରେସ୍‌ରେ ରୋଜର ବିନ୍ନି - ରୋଜର ବିନ୍ନୀ

1983 କ୍ରିକେଟ ବିଶ୍ବକପ ବିଜୟୀ ଟିମର ସଦସ୍ୟ ରୋଜର ବିନ୍ନୀ ହୋଇପାରନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପରବର୍ତ୍ତୀ ଅଧ୍ୟକ୍ଷ । ଅକ୍ଟୋବର 18 ତାରିଖରେ BCCIର AGM ଥିବାବେଳେ ସୌରଭ ଗାଙ୍ଗୁଲି ନିର୍ବାଚନ ଲଢିବାକୁ ଆଗ୍ରହୀ ନଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

BCCI Election : ଗାଙ୍ଗୁଲିଙ୍କ ବଦଳରେ ଅଧ୍ୟକ୍ଷ ହୋଇପାରନ୍ତି ରୋଜର ବିନ୍ନୀ
BCCI Election : ଗାଙ୍ଗୁଲିଙ୍କ ବଦଳରେ ଅଧ୍ୟକ୍ଷ ହୋଇପାରନ୍ତି ରୋଜର ବିନ୍ନୀ

By

Published : Oct 8, 2022, 7:19 PM IST

ହାଇଦ୍ରାବାଦ:1983 କ୍ରିକେଟ ବିଶ୍ବକପ ବିଜୟୀ ଟିମର ସଦସ୍ୟ ରୋଜର ବିନ୍ନୀ ହୋଇପାରନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପରବର୍ତ୍ତୀ ଅଧ୍ୟକ୍ଷ । ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇପାରନ୍ତି ଭେଟେରାନ ପୂର୍ବତନ କ୍ରିକେଟର ବିନ୍ନି । ବିସିସିଆଇର ଅଧ୍ୟକ୍ଷ ପଦ ଦୌଡରେ ଆଗରେ ରହିଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର । ଏକଥା ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇନଥିଲେ ମଧ୍ୟ ଏକ ମିଡିଆ ରିପୋର୍ଟରୁ ପ୍ରକାଶ ପାଇଛି । ସେପଟେ ବିସିସିଆଇ ସମ୍ପାଦକ ଜୟ ଶାହା ତାଙ୍କ ପଦ ବଜାୟ ରଖିବାର ସୂଚନା ରହିଛି ।

ମିଡିଆ ରିପୋର୍ଟ ଅନୁଯାୟୀ ସୌରଭ ଗାଙ୍ଗୁଲି ବିସିସିଆଇର ଆଗାମୀ ଇନିଂସ ଖେଳିବେ ନାହିଁ । କାରଣ ସେ ଆଇସିସିର ଚେୟାରମ୍ୟାନ ପଦବୀ ପାଇଁ ଭାରତ ତରଫରୁ ପ୍ରତିନିଧିନତ୍ବ କରିପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେଣୁ ତାଙ୍କ ବଦଳରେ ବିସିସିଆଇର ସଭାପତି ହୋଇପାରନ୍ତି ଭାରତର ପୂର୍ବତନ କ୍ରିକେଟର ରୋଜର ବିନ୍ନି । ଆସନ୍ତା ଅକ୍ଟୋବର ୧୮ ତାରିଖରେ ହେବାକୁ ଥିବା ବିସିସିଆଇ ନିର୍ବାଚନ ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘ ପ୍ରିତିନିଧି ରୂପରେ ରୋଜର ବିନ୍ନିଙ୍କ ନାମକୁ ବିସିସିଆଇ ୱେବସାଇଟ ଦିଆଯାଇଛି ବୋଲି ଜଣା ପଡିଛି ।

ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଚିବ, ସଂଯୁକ୍ତ ସଚିବ ଏବଂ କୋଷାଧ୍ୟକ୍ଷ ପଦବୀ ପାଇଁ ବିସିସିଆଇର ନିର୍ବାଚନ ଅନୁଷ୍ଠିତ । ଏହି ପଦବୀ ପାଇଁ ଅକ୍ଟୋବର ୧୧ ଏବଂ ଅକ୍ଟୋବର ୧୨ ତାରିଖରେ ନାମାଙ୍କନ ଦାଖଲ କରାଯିବ । ଅକ୍ଟୋବର ୧୩ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ । ଅକ୍ଟୋବର ୧୪ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବ । ଅକ୍ଟୋବର ୧୫ ତାରିଖରେ ନାମଙ୍କନ ଦାଖଲ କରିଥିବା ପ୍ରାର୍ଥୀପତ୍ରଙ୍କ ତାଲିକା ଜାରି କରାଯିବ । ଅକ୍ଟୋବର ୧୮ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।

ABOUT THE AUTHOR

...view details