ବେଙ୍ଗାଲୁରୁ: କିମ୍ବଦନ୍ତୀ କ୍ରିକେଟର କପିଳ ଦେବଙ୍କ ଏକ ରେକର୍ଡ ଭାଙ୍ଗିଲେ ୱିକେଟ କିପର ବ୍ୟାଟର ଋଷଭ ପନ୍ତ । ଜଣେ ଭାରତୀୟ ବ୍ୟାଟ୍ର ଭାବେ କ୍ରିକେଟର ଲମ୍ବା ଫର୍ମାଟରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାମରେ କରିଛନ୍ତି ପନ୍ତ ।
ମାତ୍ର ୨୮ଟି ବଲ୍ରୁ ଅର୍ଦ୍ଧଶତକ ହାସଲ କରି ରେକର୍ଡର ଅଧିକାରୀ ହୋଇଛନ୍ତି ପନ୍ତ । ପୂର୍ବରୁ ଏହି ରେକର୍ଡ କପିଳ ଦେବଙ୍କ ନାମରେ ରହିଥିଲା । ୩୦ ବଲ୍ରୁ ବିସ୍ଫୋରକ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ କପିଳ ଦେବ ।