ଡେରାଡୁନ:ଭାରତୀୟ କ୍ରିକେଟର ଋଷବ ପନ୍ତଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଭଳ ଖବର ଆସିଛି । ପନ୍ତଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ତେଣୁ ତାଙ୍କୁ ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ ମ୍ୟାକ୍ସ ହସ୍ପିଟାଲର ଆଇସିୟୁରୁ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ପନ୍ତ ଶୀଘ୍ର ସୁସ୍ଥ ହେଉଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ପନ୍ତଙ୍କ ଗୋଡରେ ଲାଗିଥିବା ଆଘାତ ଅସ୍ତ୍ରୋପ୍ରଚାର କେଉଁଠି ହେବ ତାହା ବିସିସିଆଇ ନିର୍ଣ୍ଣୟ କରିବ ।
ରବିବାର ପନ୍ତଙ୍କୁ ଭେଟିଥିଲେ ସିଏମ ଧାମି:
ଗତକାଲି (ରବିବାର) ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅପରାହ୍ନରେ ମ୍ୟାକ୍ସ ହସ୍ପିଟାଲ ଗସ୍ତ କରି ଋଷବ ପନ୍ତଙ୍କୁ ଭେଟିଥିଲେ । ଡାକ୍ତରଙ୍କୁ ପନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ଧାମି । ଋଷବ ପନ୍ତଙ୍କ ମାଆ ସରୋଜ ପନ୍ତ ଏବଂ ଉଭଣୀ ସାକ୍ଷୀଙ୍କୁ ସାକ୍ଷାତ କରିଥିଲେ । ପାଖାପାଖି 1 ଘଣ୍ଟା ପନ୍ତଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ପରିବାର ଲୋକଙ୍କୁ ଦୃଢ ହେବାକୁ ସାହସ ଦେଇଥିଲେ ମୁଖ୍ୟମନ୍ତ୍ରୀ । ପନ୍ତଙ୍କୁ ନେଇ କୌଣସି ଚିନ୍ତା କରନ୍ତୁ ନାହିଁ ବୋଲି କହିଥିଲେ ଧାମି । ବର୍ତ୍ତମାନ ପନ୍ତଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି ।
ପନ୍ତଙ୍କ ଚିକିତ୍ସା ନେଇ ସିଏମ ସନ୍ତୁଷ୍ଟ...
କ୍ରିକେଟର ଋଷବ ପନ୍ତ ରୁରକୀରେ ଭୟଙ୍କର ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ଡେରାଡୁନରେ ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଡାକ୍ତରୀ ଟିମ ପନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ଲାଗି ପଡିଥିଲେ । ଏକ ଖାଲ ପାଇଁ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପନ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଥିବା ନେଇ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।
ଏହା ବି ପଢନ୍ତୁ...Pant's Car Accident: କେମିତି ରହିଥିଲା ଘଟଣାବଳୀ, ଉଦ୍ଧାରକାରୀଙ୍କ ମୁହଁରୁ ଶୁଣନ୍ତୁ
30 ଡିସେମ୍ବରରେ ହୋଇଥିଲା ଋଷବ ପନ୍ତଙ୍କ ସଡକ ଦୁର୍ଘଟଣା...
30 ଡିସେମ୍ବର 2022 । ସମୟ ପାଖାପାଖି ସକାଳ 9 । ଅଚାନକ ଖବର ପ୍ରସାରିତ ହୋଇଥିଲା କି ଭାରତୀୟ କ୍ରିକେଟ ଋଷବ ପନ୍ତଙ୍କ ଉତ୍ତରାଖଣ୍ଡ ରୁରକୀରେ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାଟି ଭୋର 5ଟାର ହୋଇଥିଲା । ଋଷବ ପନ୍ତ ନିଜେ ଗାଡି ଚଳାଇ ଦିଲ୍ଲୀରୁ ଘରକୁ ଆସୁଥିଲେ । ନୂଆବର୍ଷରେ ମାଆଙ୍କୁ ଦେଖା କରିବାକୁ ଦିଲ୍ଲୀରୁ ଘରକୁ ଫେରୁଥିଲେ । ବାଟରେ ଏହି ଅଘଟଣ ଘଟିଥିଲା । ଆଖି ଲାଗିଯିବାକୁ ପନ୍ତଙ୍କୁ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ଜଳି ପୋଡି ପାଉଁଶ ହୋଇଯାଇଥିଲା । ରୋଡ ଡିଭାଇଡରରେ ପିଟି ହୋଇ ଗାଡିରେ ନିଆଁ ଲାଗିଯାଇଥିଲା । ପନ୍ତ କାର କାଚ ଭାଙ୍ଗି ଗାଡିରୁ ଡେଇଁ ପଡିଥିଲେ । ସେଠାରେ ଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ତାଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଗ ଅପେକ୍ଷା ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ।