ହାଇଦ୍ରାବାଦ : ଭାରତୀୟ ୱିକେଟ କିପର ବ୍ୟାଟର ଋଷଭ ପନ୍ତ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ପନ୍ତ । ଆଜି (ଶୁକ୍ରବାର) ଦୁର୍ଘଟଣା ପରେ ସୁସ୍ଥ ହେଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେଥିରେ ସେ ଏକ ଆଶା ବାଡି ଧରା ଚାଲୁଥିବାର ନଜର ଆସିଛନ୍ତି । ତାଙ୍କର ଡାହାଣ ଗୋଡରେ ଏକ ନି-ବ୍ୟାଣ୍ଡ୍ ଲାଗିଛି । ଏହି ଫଟୋ ଛାଡି ପନ୍ତ କ୍ୟାପସନରେ ଲେଖିଛନ୍ତି, "ଗୋଟିଏ ପାଦ ଆଗକୁ , ଗୋଟିଏ ପାଦ ମଜବୁତି ଆଡକୁ, ଗୋଟିଏ ପାଦ ବହୁତ ଭଲ ଦିଗକୁ ।" ପନ୍ତଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହା ସହିତ ଫଟୋରେ ତାଙ୍କ ପ୍ରଶଂସକଙ୍କର ପ୍ରତିକ୍ରିୟା ଆସିବା ସହିତ ପନ୍ତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।
rishabh pant: କେମିତି ଅଛନ୍ତି ପନ୍ତ ? ସାମ୍ନାକୁ ଆସିଲା ଫଟୋ - ପନ୍ତଙ୍କ କାର ଦୁର୍ଘଟଣା
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ପନ୍ତ । ଆଜି ଦୁର୍ଘଟଣା ପରେ ସୁସ୍ଥ ହେଉଥିବାର ଏକ ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ
ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସିବା ବେଳେ ଦୁର୍ଘଟଣାର ଶିକାର -30 ଡିସେମ୍ବର 2022 । ସମୟ ପାଖାପାଖି ସକାଳ 9 । ଅଚାନକ ଖବର ପ୍ରସାରିତ ହୋଇଥିଲା କି ଭାରତୀୟ କ୍ରିକେଟ ଋଷଭ ପନ୍ତଙ୍କର କାର ଦୁର୍ଘଟଣା ହୋଇଛି । ପନ୍ତ ନିଜେ କାର ଡ୍ରାଇଭ କରି ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସୁଥିଲେ । ଉତ୍ତରାଖଣ୍ଡ ରୁରକୀଠାରେ ତାଙ୍କର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ଦୁର୍ଘଟଣା ଘଟିବାର 6 ମିନିଟ ମଧ୍ୟରେ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଗାଡିରେ ନିଆଁ ଲାଗିବା ପୂର୍ବରୁ ପନ୍ତ କାର କାଚ ଭାଙ୍ଗି ଗାଡିରୁ ଡେଇଁ ପଡିଥିଲେ ।
ଏହାପରେ ତାଙ୍କୁ ଉତ୍ତରାଖଣ୍ଡ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜାନୁଆରୀ ୪ ତାରିଖରେ ତାଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିଲା । କୋକିଲାବେନ ଧିରୁଭାଇ ଆମ୍ବାନୀ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ପନ୍ତ । ବର୍ତ୍ତମାନ ସେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ଡିସେମ୍ବର ୨୦୨୨ରେ ହୋଇଥିବା କାର ଦୁର୍ଘଟଣାରେ ଋଷଭ ପନ୍ତଙ୍କ ଶରୀର ସହ ଲିଗାମେଣ୍ଟରେ ଗୁରୁତର ଆଘାତ ଲାଗିଥିଲା । ଏନେଇ ପନ୍ତ ସେବେଠାରୁ ଭାରତୀୟ କ୍ରିକେଟ ଦଳରୁ ବାହାରେ ରହିଛନ୍ତି । ସେପଟେ ଦୁର୍ଘଟଣା ପାଇଁ ପନ୍ତ ଚଳିତ ଥର ବର୍ଡର ଗାଭାସ୍କର ଟ୍ରଫିରୁ ବାଦ ପଡିଛନ୍ତି । ଏହା ସହିତ ସେ ଏଥର ଆଇପିଏଲ ୨୦୨୩, ଦିନିକିଆ ବିଶ୍ବକପ ଏବଂ ଏସିଆ କପ ୨୦୨୩ ମଧ୍ୟ ଖେଳିପାରିବେ ନାହିଁ ।